28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶପେଟିଏମ ବିରୋଧରେ ରିଜର୍ଭ ବ୍ୟାଙ୍କର ବଡ଼ କାର୍ଯ୍ୟାନୁଷ୍ଠାନ

ପେଟିଏମ ବିରୋଧରେ ରିଜର୍ଭ ବ୍ୟାଙ୍କର ବଡ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ : ଡିଜିଟାଲ ପେମେଣ୍ଟ ତଥା ଇ-କମର୍ସ ପ୍ଲାଟଫର୍ମ ପେଟିଏମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି ନୂଆ ଗ୍ରାହକ ଯୋଗ ନ କରିବାକୁ ପେଟିଏମକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ନିଜ ଆଇଟି ସିଷ୍ଟମର ସଂପୂର୍ଣ୍ଣ ଅଡିଟ୍ ପାଇଁ ଏକ ସ୍ୱାଧୀନ ଆଇଟି ଅଡିଟ୍ ସଂସ୍ଥାକୁ ନିଯୁକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସର୍କୁଲାର ଜାରି କରି ସୂଚନା ଦିଆଯାଇଛି । ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆଇନର ଧାରା ୩୫-କ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବାକୁ ବ୍ୟାଙ୍କକୁ କୁହାଯାଇଛି । ବ୍ୟାଙ୍କର କେତେକ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ବର୍ଷ ରିଜର୍ଭ ବ୍ୟାଙ୍କ ପେଟିଏମକୁ ଏକ ସିଡ୍ୟୁଲଡ ବ୍ୟାଙ୍କ ମାନ୍ୟତା ଦେଇଥିଲେ । ଏହି ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଡିଜିଟାଲ ପେମେଣ୍ଟ ସର୍ଭିସ ପ୍ରଦାନ କରାଯାଉଛି । ସେଗୁଡ଼ିକ ମଧ୍ୟରେ ରହିଛି ପେଟିଏମ ୱାଲେଟ, ପେଟିଏମ ଫାଷ୍ଟାଗ୍‌, ଟେନ ବ୍ୟାଙ୍କିଙ୍ଗ୍ ଓ ପେଟିଏମ ୟୁପିଆଇ । ପେଟିଏମ ପକ୍ଷରୁ ପ୍ରାୟ ୩୩.୩ କୋଟି ପେଟିଏମ ୱାଲେଟର ପରିଚାଳନା କରାଯାଉଛି ଓ ଏହାକୁ ବ୍ୟବହାର କରି ଗ୍ରାହକମାନେ ପ୍ରାୟ ୮୭ ହଜାର ଅନଲାଇନ ମର୍ଚ୍ଚାଣ୍ଟଙ୍କ ସହ ନେଣଦେଣ କରିପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking