28.1 C
Bhubaneswar
Monday, November 18, 2024
Homeଓଡିଶାଏପ୍ରିଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ

ଏପ୍ରିଲ ୧ରୁ ପିଏଫ ଆକାଉଣ୍ଟରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : ୧ ଏପ୍ରିଲ ରେ ଲାଗୁ ହେବ ପିଏଫର ନୂଆ ନିୟମ । ଏହି ନିୟମ ଅନୁଯାୟୀ ୧.୨୩ ଲକ୍ଷ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ଟାକ୍ସ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇ ଇନକମ ଇଣ୍ଡିଭିଜୁଆଲ ମାନେ ଧନି ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ସରକାରଙ୍କ କହିବା ଅନୁଯାୟୀ, ଏହି ଶ୍ରେଣୀର ଲୋକ ବର୍ଷକ ମଧ୍ୟରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଇନକମ୍ ସୁଧରୁ ହିଁ କରୁଛନ୍ତି । ଯାହା ଉପରେ କୌଣସି ଟାକ୍ସ ଲାଗିନଥାଏ । ନୂଆ ନିୟମ ଅନୁଯାୟୀ ଏବେ ଏହି ଇନକମ୍‌ରେ ରୋକ ଲଗାଯିବ । ଏବେ ପର୍ଯ୍ୟନ୍ତ ପିଏଫ ଯୋଗଦାନରେ ମିଳୁଥିବା ସୁଧ ଉପରେ କୌଣସି ଟାକ୍ସ ଲାଗୁ କରାଯାଇ ନାହିଁ । ଏହାକୁ ଦୃଷ୍ଟିରେ ରଖି ପ୍ରୋଭିଡେଣ୍ଟ ଫଣ୍ଡ ନିୟମରେ ପରିବର୍ତ୍ତନ କରାଯିବ । ଏହାର ପୁରା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ । ଚଳିତ ବର୍ଷରେ ଯଦି ଆପଣଙ୍କ ପିଏଫ ଖାତାରେ ୨.୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରୁଛନ୍ତି ତେବେ ଏହା ଉପରେ ଆପଣଙ୍କୁ ଟାକ୍ସ ଦେବାକୁ ପଡ଼ିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ର ବଜେଟ ଅଧିବେସନରେ ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ଠାରୁ ନିୟନ୍ତ୍ରିତ ସୀମା ଉପରେ ନିବେଶ କରୁଥିଲେ ସେଥିରେ ଟାକ୍ସ ଆଡ କରାଯିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ଅଧିସୂଚନା ଜାରି କରିଛନ୍ତି । ଏହି ନିୟମ ଅନ୍ତର୍ଗତ ଯଦି ଆପଣ ବର୍ଷେ ମଧ୍ୟରେ ନିଜର ପିଏଫ ଖାତାରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନିବେଶ କରାଉଛନ୍ତି ତେବେ ଏହା ଉପରେ ମିଳୁଥିବା ସୁଧ ଆୟ ଉପରେ ଟାକ୍ସ ଦେବାକୁ ପଡ଼ିବ । ଏହି ସ୍ଥଳରେ ସରକାରୀ କର୍ମଚାରୀଙ୍କ ସୀମା ୫ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି । ପିଏଫ ଖାତାର ନିବେଶ ଉପରେ ଆୟକର ଆଇନର ଧାରା ୮୦ ସି ଆଧାରରେ ଟାକ୍ସ ସମ୍ବନ୍ଧୀୟ ଛାଡ ମିଳିଥାଏ । ତେବେ ଏହି ନିୟମର ପ୍ରଭାବ ୧.୨୩ ଲକ୍ଷ ଧନୀକ ଶ୍ରେଣୀ ଉପରେ ଅଧିକ ପଡ଼ିବ । କୁହାଯାଉଛି ଯେ ଏମାନଙ୍କ ବାର୍ଷିକ ଇନକମ ଏଥିରୁ ୫୦ ଲକ୍ଷ ଉପରୁ ହେଉଛି, ତେଣୁ ଏମାନଙ୍କ ଠାରୁ ଏବେ ଟାକ୍ସ ମଧ୍ୟ ନିଆଯିବ । ନୂଆ ନିୟମ ପ୍ର୍ରଭାବରେ ଏମାନଙ୍କ ଇନକମ ଉପରେ ରୋକ ଲାଗିବ । ଏଥର ନୂଆ ଇ-ଇନର୍ଭଏସ୍ ସିଷ୍ଟମ ମଧ୍ୟ ଲାଗୁ କରାଯିବ । ଅପ୍ରେଲ ୧ ରୁ ପୁରୁଣା ଇ-ଇନର୍ଭଏସ୍‌ରେ ପରିବର୍ତ୍ତନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking