29.1 C
Bhubaneswar
Monday, November 18, 2024
Homeଓଡିଶାପ୍ରେମିକ ସାଜିଲା ସଇତାନ: ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମିକାକୁ ପଥରରେ ଛେଚି କଲା ହତ୍ୟା

ପ୍ରେମିକ ସାଜିଲା ସଇତାନ: ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମିକାକୁ ପଥରରେ ଛେଚି କଲା ହତ୍ୟା

ମୟୁରଭଞ୍ଜ : ପ୍ରେମିକ ସାଜିଲା ସଇତାନ । ସାମାନ୍ୟ କଥାକୁ କେନ୍ଦ୍ର କରି ଅତି ବିଭତ୍ସ ଭାବେ ପ୍ରେମିକାକୁ ପଥରରେ ଛେଚି କଲା ହତ୍ୟା । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ରାଇଡିହି ଗ୍ରାମରେ । ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ବ୍ରମ୍ ଗତକାଲି ରାଇଡିହି ଗ୍ରାମକୁ ବୁଲିବାକୁ ଯାଇଥିଲେ । ରାଇଡିହି ଗ୍ରାମରେ ବୁଦ୍ଧୁନିଙ୍କ ସମ୍ପର୍କୀୟ ଘର ହୋଇଥିବା ବେଳେ ସେଠାରୁ ଫେରି ଉଭୟ ବାଇକରେ ବୁଲିବାକୁ ଯାଇଥିଲେ । ରାଇଡିହି ନିକଟରେ ପ୍ରବାହିତ ଏକ ନଦୀ ନିକଟରେ ବୁଦ୍ଧୁନି ଗାଧୋଇବାକୁ ଯାଇଥିବା ବେଳେ ମୁନୁ ତାଙ୍କ ପଛରେ ଯାଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ଯାହା ଏତେ ଉଗ୍ରରୂପ ନେଇଥିଲା ଯେ ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ । ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଆକ୍ରମଣ କରିଥିବା ବେଳେ ବୁଦ୍ଧୁନି ତଳେ ପଡିଯିବା ପରେ ତାକୁ ଏକ ପଥରରେ ଛେଚି ହତ୍ୟା କରିଥିଲା ମୁନୁ । ଅନ୍ୟପଟେ ଉଭୟ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବୁଦ୍ଧୁନିଙ୍କ ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ଆହତ ହୋଇଛି । ଏହି ଖବର ଜଣାପଡିବା ପରେ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ଅଭିଯୁକ୍ତ ମୁନୁକୁ ପୋଲିସ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି । ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ପ୍ରେମିକ ଏବଂ ପ୍ରେମିକା ମଧ୍ୟରେ କେଉଁ କାରଣରୁ ବଚସା ହେଲା ଏବଂ କ’ଣ କେବଳ ବଚସାରୁ ଏଭଳି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking