22.1 C
Bhubaneswar
Thursday, December 5, 2024
Homeକରୋନାଡେଲଟା, ଓମିକ୍ରନ୍ ସୃଷ୍ଟି କରିଛି ଏକ ନୂତନ ଭୂତାଣୁ

ଡେଲଟା, ଓମିକ୍ରନ୍ ସୃଷ୍ଟି କରିଛି ଏକ ନୂତନ ଭୂତାଣୁ

ମୁମ୍ବାଇ: ଭାରତ ତଥା ସମଗ୍ର ବିଶ୍ୱରେ କରୋନା ଭୂତାଣୁ ହ୍ରାସ ପାଉଥିବା ହେତୁ ଏହା ସଭିଁଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ମାତ୍ର ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ନିକଟରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି, ଡେଲଟା ଏବଂ ଓମିକ୍ରନ୍ ଏକ ନୂତନ ଭୂତାଣୁ ସୃଷ୍ଟି କରିଛି । ଏହାର ପ୍ରମାଣ ମଧ୍ୟ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ଡେଲଟା ଏବଂ ଓମିକ୍ରନ୍‌ର ଶୀଘ୍ର ବିସ୍ତାର ହେତୁ ଏହି ଭୟ ପୂର୍ବରୁ ରହିଥିଲା । ବୈଜ୍ଞାନିକଙ୍କ କହିବାନୁଯାୟୀ, ଏହା କେତେ ମାରାତ୍ମକ ଏବଂ ଏହା କେତେ ଶୀଘ୍ର ବ୍ୟାପିଥାଏ ସେ ବିଷୟରେ ଗବେଷଣା କରାଯାଉଛି । ଜାନୁଆରୀ ୨୦୨୨ ରେ ଫ୍ରାନ୍ସରେ ଏହି ଭୂତାଣୁ ବିସ୍ତାର ଆରମ୍ଭ ହୋଇସାରିଛି । ଏହା ପୂର୍ବରୁ ବୈଜ୍ଞାନିକ କହିଛନ୍ତି, କରୋନା ଆମ ଭିତରୁ ଯାଇ ନାହିଁ, ଏହାର ପ୍ରକରଣ ଗୁଡିକ ଆସୁଥିବ । କରୋନାର ଡେଲଟା ଭାରିଆଣ୍ଟ ସମଗ୍ର ଦୁନିଆରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲା । ମାତ୍ର ଏହା ତୁଳନାରେ ଓମିକ୍ରନ କମ ଘାତକ ସାବ୍ୟସ୍ତ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଓମିକ୍ରନ ଓ ଡେଲଟା ମିଶି ଏକ ନୂତନ ଭୂତାଣୁ ବ୍ୟାପିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକ ମାରିଆ ଭାନ କରଖୋବ ଟ୍ୱିଟ କରିଛନ୍ତି, ଓମିକ୍ରନ୍ ଏବଂ ଡେଲଟା ପ୍ରକରଣ ଗୁଡିକ ଏକତ୍ର ବିସ୍ତାର ହେବାର ସମ୍ଭାବନା ରହିଛି । ଦ୍ରୁତ ଗତିରେ ବ୍ୟାପିବାର ମଧ୍ୟ ସମ୍ଭାବନା ରହିଛି । ସେ ଏହା ମଧ୍ୟ ଲେଖିଛନ୍ତି ଯେ ଆମେ ଏହାକୁ ଟ୍ରାକିଂ କରୁଛୁ ଏବଂ ଏହା ଉପରେ ଆଲୋଚନା ମଧ୍ୟ ଚାଲିଛି । ମାର୍ଚ୍ଚ ୯ ତାରିଖରେ ମାରିଆ ଏହି ଟୁଇଟ୍ କରିଛନ୍ତି । ମାରିଆ ଭୂତାଣୁ ବିଶେଷଜ୍ଞ ଜେରେମି କାମିଲଙ୍କ ଟ୍ୱିଟକୁ ଆଉ ଥରେ ଟ୍ୱିଟ କରିଛନ୍ତି । ଏହି ଟୁଇଟ୍ ଅନୁଯାୟୀ ଡେଲଟା-ଓମିକ୍ରନ୍ ରମିଶ୍ରିତ ଜୀବାଣୁ ବିଷୟରେ ପ୍ରମାଣ ମିଳିଛି । ଜାନୁଆରୀ ୨୦୨୨ ରୁ ଏହା ଫ୍ରାନ୍ସରେ ବ୍ୟାପିବାରେ ଲାଗିଛି । ସମାନ ଭୂତାଣୁ ଡେନମାର୍କ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିଛନ୍ତି , ବର୍ତ୍ତମାନ ସୁଦ୍ଧା ଏହାର ମାରାତ୍ମକ ତଥା ଅଧିକ ବିସ୍ତାର ସହ ଜଡିତ କୌଣସି ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ, ମାତ୍ର ଅଧ୍ୟୟନ ଜାରି ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking