21.1 C
Bhubaneswar
Monday, November 18, 2024
Homeଓଡିଶାଭୁଶୁଡ଼ିପଡ଼ିଲା ଛତ୍ରବଜାର ପୋଲ, ଚାପି ହୋଇ ୨ ମୃତ 

ଭୁଶୁଡ଼ିପଡ଼ିଲା ଛତ୍ରବଜାର ପୋଲ, ଚାପି ହୋଇ ୨ ମୃତ 

କଟକ : କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିବା ଘଟଣାରେ ୨ ମୃତ । ଏନେଇ ସୂଚନା ଦେଲେ ଡିସିପି ପ୍ରତୀକ ସିଂ । ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ ସାଇଡ୍ ୱାଲ୍ ଭୁଶୁଡ଼ିଲା । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଓଡ୍ରାଫ୍ ଟିମ୍ । ବିଭାଗୀୟ ଖାମଖିଆଲି ନୀତି ଯୋଗୁଁ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ନିକଟରେ କାମ ଚାଲିଥିବାବେଳେ ହଠାତ ମାଟି ଧସେଇ ପଡ଼ିବା ଯୋଗୁଁ କିଛି ଲୋକ ମାଟିତଳେ ଚାପି ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ଏହି ପୋଲ କଡ଼ରୁ ମାଟି ଧସେଇ ଯାଇଥିଲା । ତେବେ ଖବର ପାଇ ଓଡ଼୍ରାଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ୨ଜଣଙ୍କ କଟକ ବଡ଼ମେଡ଼ିକାଲରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ହେଲେ ଆହୁରି ପୋଲ ତଳେ ଚାପି ହୋଇଯାଇଥିବା ଓଡ଼୍ରାଫ ଟିମ ପକ୍ଷରୁ କୁହାଯାଇଛି ।

କଟକ ବଡ଼ମେଡ଼ିକାଲର ଉନ୍ନତିକରଣ ନିମନ୍ତେ ଛତ୍ରବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଚାଲିଛି । ଏହି ଅବସରରେ କେନାଲର ଉଭୟ ପାଶ୍ୱର୍କୁ ଅଧିକ ଖୋଳାଯାଇ ଢ଼ଳେଇ କରାଯିବା ସହ କେନାଲର ଉଭୟପାଶ୍ୱର୍ ରାସ୍ତା ପ୍ରଶସ୍ଥ କାର୍ଯ୍ୟ ମଧ୍ୟ ଚାଲିଛି । ତେବେ ଛତ୍ରବଜାର ପୋଲ ନିକଟରେ ଏହି କାମ ଚାଲିଥିଲା । ଏହି ସମୟରେ ହଠାତ ପୋଲ କଡ଼ରୁ ମାଟି ଭୁଶୁଡ଼ି ପଡ଼ିବା ଯୋଗୁଁ ସେଠାରେ ଥିବା କିଛି ଲୋକ ପୋତିହୋଇ ଯାଇଥିଲେ । ତେବେ ପୋତିହୋଇ ଯାଇଥିବା ଲୋକମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ କିମ୍ବା ପରିବା ବ୍ୟବସାୟୀ ଜଣାପଡ଼ିନଥିବାବେଳେ ଶ୍ରମିକ ବୋଲି କୁହାଯାଉଛି । ସେମାନଙ୍କ ପରିଚୟ ମିଳିପାରି ନଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁର୍ଘଟଣାସ୍ଥଳରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, କଟକ ଡିସିପି ପ୍ରତୀକ ସିଂହ, ସିଏମସି କମିଶନର ଅନନ୍ୟା ଦାସଙ୍କ ସମେତ ଜୋନ-୧ ଏସସିପି ଓ ମାଲଗୋଦାମ ଥାନା ଅଧିକାରୀ ଉପସ୍ଥିତଥିଲେ । ତେବେ ଏହି କାର୍ଯ୍ୟ ଚାଲିଥିବାବେଳେ ବ୍ୟାରିକେଟ ନିର୍ମାଣ ନକରିବା, ସୂଚନା ଫଳକ ନଲଗାଇବା ଏବଂ ମନମୁଖୀ କାର୍ଯ୍ୟ କରିବା ଦ୍ୱାରା ଏଭଳି ଦୁର୍ଘଟଣା ଘଟିଥିବା ଛତ୍ରବଜାର ଓ ମାଲଗୋଦାମ ବ୍ୟବସାୟୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ଏଭଳି ଦୁର୍ଘଟଣା ବିଷୟରେ ଜାଣିବା ପରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଘଟଣାସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହ ଏହି ଦୁର୍ଘଟଣାର ତଦନ୍ତ କରାଯିବାକୁ ଦାବି କରିଥିଲେ । ତେବେ ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀଚୟନୀଙ୍କୁ ପଚାରିବାରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking