18.1 C
Bhubaneswar
Tuesday, November 19, 2024
Homeଅପରାଧଆଜାଦ ଯାଦବ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ସହ ୨...

ଆଜାଦ ଯାଦବ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

କଟକ: ମାହଙ୍ଗା ପଡିଲା ପରକିଆ ପ୍ରୀତି । ବନ୍ଧୁ ପତ୍ନୀ ସହିତ ଅବୈଧ ସମ୍ପର୍କ ରଖିବା ଯୋଗୁ ଅକାଳରେ ଚାଲିଗଲା ଜୀବନ । ସୁପରି କିଲିଂର ଶିକାର ହୋଇଛନ୍ତି ବିହାରୀ ରଙ୍ଗ ମିସ୍ତ୍ରୀ ଆଜାଦ ଯାଦବ । ବିଡାନାସି ଭୁଆଶୁଣିପଠାରେ ଘଟିଥିବା ଆଜାଦ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନ୍‌ରେଟ ପୁଲିସ । ବିଡାନାସୀ ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ଜଣଙ୍କୁ ଗିରଫ କରିଛି । ତେବେ ହତ୍ୟାପାଇଁ ସୁପାରୀ ଦେଇଥିବା ପଙ୍କଜ ଫେରାର ହୋଇଯାଇଛି । ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଗତ ୩ତାରିଖରେ ବିଡାନାସି ଭୁଆସୁଣି ପଠାରୁ ମିଳିଥିଲା ଅଜାଦଙ୍କ ଗଳିତ ଶବ । ଘଟଣାରେ ତଦନ୍ତ କରି କମିଶନରେଟ ପୁଲିସ ହତ୍ୟାକାଣ୍ଡର ପର୍ଦାଫାସ ସଫଳ ହୋଇଛିି । ଘଟଣାର ମୁଖ୍ୟ ଅଭିଯୁକ୍ତ ଚାଉଳିଆଗଞ୍ଜ ଥଟାରିସାହିରେ ରହୁଥିବା ବିହାର ଭାଗଲପୁର ଅଂଚଳର ମୁନିଲାଲ ଶର୍ମା (୩୫) ଓତା’ର ସହଯୋଗୀ କୈଳାସ ଚୌଧୁରୀ(୪୦)କୁ ଗିରଫ କରିଛି ପୁଲିସ । ହତ୍ୟାକାଣ୍ଡ ପାଇଁ ସୁପରି ଦେଇଥିବା ଅନ୍ୟତମ ଅଭିଯୁକ୍ତ ପଙ୍କଜ ଶର୍ମା ଫେରାର ହୋଇଯାଇଛିି । ଆଜାଦ ଓ ପଙ୍କଜ ଦୁଇବନ୍ଧୁ । ତେବେ ଅଭିଯୁକ୍ତ ପଙ୍କଜ ପତ୍ନୀଙ୍କ ସହିତ ପରକିୟା ପ୍ରୀତି ଥିଲା ଆଜାଦର । ଏହା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା ପଙ୍କଜ । ପ୍ରତିଶୋଧ ନେବା ପାଇଁ ଆଜାଦକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ପଙ୍କଜ । ହତ୍ୟା କରିବାକୁ ସେ ମୁନିଲାଲକୁ ୨୦ ହଜାରଟଙ୍କା ସୁପାରୀ ଦେଇଥିଲା । ଯୋଜନା ଅନୁଯାୟୀ ଗତ ମାସ ୨୫ ତାରିଖରେ କଟକ ଚାଉଳିଆଗଞ୍ଜରେ ଏକ ଭଡ଼ାଘରେ ରହୁଥିବା ମୁନିଲାଲ ଶର୍ମା ଭୁବନେଶ୍ୱର ସହିଦ ନଗର ଅଞ୍ଚଳରରେ ଭଡାରେ ରହୁଥିବା ବିହାର ବାସିନ୍ଦା ଆଜାଦକୁ କଟକ ଭୁଆସୁଣିପଠାକୁ ଡକାଇ ଥିଲା । ସେଠାରେ ଉଭୟ ପ୍ରଚୁର ମଦ ପିଇଥିଲେ । ଏହାପରେ ମୁନିଲାଲ ଆଜାଦକୁ ପ୍ରଥମେ ମଦ ବୋତଲ ଓ ପରେ ପଥରରେ ଛେଚିଛେଚି ଅତି ନିର୍ମମଭାବେ ହତ୍ୟା କରିଥିଲା । ଏହାପରେ କୈଳାସକୁ ଡକାଇ ସେଠାରୁ ସେମାନେ ଫେରାର ହୋଇଯାଇଥିଲା । ଆଜାଦକୁ ନପାଇ ପରିବାର ଲୋକ ସହିଦନଗର ଥାନାରେ ଫେବ୍ରୁଆରୀ ୨୬ ତାରିଖରେ ଏତଲା ଦେଇଥିଲେ । ପରେ ମାର୍ଚ୍ଚ ୩ତାରିଖରେ ବିଡାନାସି ଭୁଆଶୁଣିପଠାରେ ଆଜାଦର ଗଳିତ ମୃତ ଦେହ ମିଳିଥିଲା । ତେବେ ଅଭିଯୁକ୍ତ ବାଦାମବାଡ଼ିରେ ବୁଲୁଥିବା ଖବରପାଇ ବିଡାନାସି ଥାନା ପୁଲିସ ଅତର୍କୀତଭାବେ ସେଠାରେ ଛଢଉକରି ଦୁହିଁଙ୍କୁ ଗିରଫ କରିଥିଲା । ଦୁହେଁ ପରକୀୟା ପ୍ରୀତିଯୋଗୁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ ନିକଟରେ ସ୍ୱିକାର କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରଏସନ କରାଇଥିଲା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ଘଟଣାର ସମସ୍ତ ଅଭିଯୁକ୍ତ ବିହାରର ବାସିନ୍ଦା ହୋଇଥିଲା ବେଳେ ସେମାନେ ଟୁଇନ୍‌ସିଟିରେ ରଙ୍ଗ ତଥା ଇଣ୍ଟରିଅର ଡ଼ିଜାଇନିଂ କାର୍ଯ୍ୟ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking