20.1 C
Bhubaneswar
Thursday, November 21, 2024
Homeଅପରାଧପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଜାମିନ : ୩୦ବର୍ଷ ରହିଥିଲେ ଜେଲରେ

ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଜାମିନ : ୩୦ବର୍ଷ ରହିଥିଲେ ଜେଲରେ

ଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ.ଜି ପେରିଭାଲାନଙ୍କୁ ସୁପ୍ରିମକୋର୍ଟ ଆଜି  ଜାମିନ ପ୍ରଦାନ କରିଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ନେଇ ପ୍ରମାଣିତ ହେବା ପରେ ପେରିଭାଲାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେ 32 ବର୍ଷ ଜେଲରେ ଥିଲେ ଏବଂ ସେ ବର୍ତ୍ତମାନ ପାରୋଲରେ ଅଛନ୍ତି ।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍ ବି.ଆର.ଏସସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଦୋଷୀ 30 ବର୍ଷରୁ ଅଧିକ ସମୟ ଜେଲରେ ରହିଛନ୍ତି । ଜଣେ କଏଦୀ ଭାବେ ଜେଲ ଭିତରେ ଏବଂ ପାରୋଲରେ ବାହାରକୁ ଆସିଥିବା ସମୟରେ ତାଙ୍କ ଆଚରଣ ସନ୍ତୋଷଜନକ ଥିଲା । ତେବେ ସେ ଅସୁସ୍ଥ ଥିବା ମଧ୍ୟ ଜାମିନ ଆବେଦନରେ ଦର୍ଶାଇଥିଲେ । ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ତାଙ୍କୁ ପ୍ରଦାନ କରାଯାଇଥିବା ଜାମିନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର ।ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ ପ୍ରଦାନ କରାଯିବାର ଯଥାର୍ଥତା ଅନୁଭବ ହେଉଥିବା ଖଣ୍ଡପୀଠ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking