19.1 C
Bhubaneswar
Monday, November 18, 2024
Homeଓଡିଶାକୁକୁର ସହ ନାବାଳିକାର ପଡ଼ିଲା ହାତଗଣ୍ଠି, କାରଣ କ’ଣ ପୁରା ଘଟଣା ଜାଣନ୍ତୁ....

କୁକୁର ସହ ନାବାଳିକାର ପଡ଼ିଲା ହାତଗଣ୍ଠି, କାରଣ କ’ଣ ପୁରା ଘଟଣା ଜାଣନ୍ତୁ….

ଢ଼େଙ୍କାନାଳ : ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧ ବିଶ୍ୱାସ । ଆଜିର ଆଧୁନିକ ଯୁଗରେ ବି ଏମିତି ଅନେକ ରୀତି ନୀତି ପରମ୍ପରା ରହିଛି ଯାହା ସହଜରେ ଗ୍ରହଣ କରିବା ଏତେ ସହଜ ନୁହେଁ । ଏମିତି ଏକ ପରମ୍ପରା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳରେ । ଯେଉଁଠି ରିଷ୍ଟ ଖଣ୍ଡନ ପାଇଁ ନାବାଳିକା ସହ କରାଯାଇଛି କୁକୁରର ବିବାହ । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର କରଗୋଳା ପଞ୍ଚାୟତ ଅନ୍ତର୍ଗତ ଦେବଗଣ ସାହିରେ ଦେଖିବାକୁ ମିଳିଛି ମଣିଷ ସହ କୁକୁରର ବିବାହ । ଆଦିବାସୀ ସମ୍ପ୍ରଦାୟରେ ଏକ ଶିଶୁକନ୍ୟା ଜନ୍ମ ନେବା ପରେ ଯେବେ ପ୍ରଥମେ ତାର ମାଢ଼ି ଉପରେ ଏକ ଦାନ୍ତ ଉଠେ ତେବେ ତାହା ଅଶୁଭ ବୋଲି ଧରାଯାଇଥାଏ । ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବିବାହ କରାଯାଏ । କୁକୁର ସହିତ ବିବାହ କରାଗଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେହିଭଳି ଯଦି ଶିଶୁପୁତ୍ରର ଉପର ମାଢିରେ ପ୍ରଥମେ ଦାନ୍ତ ଉଠେ ତେବେ ତାକୁ ମାଈ କୁକୁର ସହ ବିବାହ କରିବାର ପରମ୍ପରା ରହିଥିବା କହିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ଏହି ବିବାହଟି ଆଦିବାସୀ ରୀତିନୀତିରେ ହୋଇଥାଏ । ଖାଲି ସେତିକି ନୁହେଁ ଭୋଜିଭାତର ଆୟୋଜନ ବି କରାଯାଏ । ଆଦିବାସୀ ମହିଳା ଓ ପୁରୁଷମାନେ ନାଚ ଗୀତର ପୁରା ମସଗୁଲ ହୁଅନ୍ତି । ରିଷ୍ଟ ଖଣ୍ଡନ ପାଇଁ ବିବାହ ତା ପୁଣି କୁକୁର ସହ । ସଚେତନତା ଅଭାବରୁ ବର୍ଷବର୍ଷ ଧରି ଚାଲିଆସିଛି ଏମିତି ପରମ୍ପରା । ଯାହା ଆଜିର ଯୁଗରେ ଅନ୍ଧ ବିଶ୍ୱାସର ଅନ୍ଧଗଳି ପରି ମନେ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking