ସମ୍ବଲପୁର : ଲୁଟ୍ ଘଟଣାର ପର୍ଦ୍ଦାଫାସ । ସମ୍ବଲପୁର ପୋଲିସ ଏହି ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି । ଜାନୁଆରୀ ୩୧ ତାରିଖରେ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିପାଲି ଅଞ୍ଚଳରେ ହୋଇଥିଲା ଟଙ୍କା ଲୁଟ୍ । ଜଣେ ଆଇନଜୀବିଙ୍କ ଘର ସମ୍ମୁଖରୁ ଦୁଇ ଜଣ ଦୁର୍ବୃତ୍ତ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏହି ଘଟଣାର ପୋଲିସ ତଦନ୍ତ କରି ପୂର୍ବରୁ ୪ଲକ୍ଷ ଟଙ୍କା ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା । ସ୍ୱତନ୍ତ୍ର ସ୍କ୍ୱାଡ ଗଞ୍ଜାମ ଜ଼ିଲ୍ଳାରେ ରହି ଅପରାଧୀମାନଙ୍କୁ ଟ୍ରାକ୍ କରିଥିଲେ । ଆଜି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୫ ଜଣକୁ ଗିରଫ କରିବା ସହ ୮ଲକ୍ଷ ଟଙ୍କା ଜବତ କରିଥିଲା ସ୍ୱତନ୍ତ୍ର ସ୍କ୍ୱାଡ । ଏହି ଅପରାଧୀମାନଙ୍କ ନାଁରେ ଗଞ୍ଜାମ ଜ଼ିଲ୍ଳାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।