କର୍ଣ୍ଣାଟକ: ରାଜସ୍ଥାନର ଅଲବର ପରେ ଏବେ ପୁଣି ଥରେ ଗଣଦୁଷ୍କର୍ମ ହୋଇଛି କର୍ଣ୍ଣାଟକରେ। ତାହା ପୁଣି ପ୍ରେମିକ ସାମ୍ନାରେ। ଛାତି ଦୋହଲାଇ ଦେଲା ଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମୈସୁରଠାରେ। ପ୍ରେମିକ ସାମ୍ନାରେ ଜଣେ କି ଦୁଇ ଜଣ ନୁହେଁ ଏକା ସମୟରେ ଛଅ ଜଣ ମିଶି ନିଜ ପ୍ରେମିକାକୁ କରିଛନ୍ତି ଦୁଷ୍କର୍ମ।
ରାତି ପ୍ରାୟ ୧୦ଟା। ବିବାହ ପାଇଁ ଉଭୟ ପୁଅ ଝିଅ କିଣାକିଣି ସାରି ବଜାର ଫେରୁଥିଲେ। ଫେରୁଥିବା ସମୟରେ ୬ଜଣ ଯୁବକ ଆସି ପୁଅ ଝିଅଙ୍କୁ ଧରିଥିଲେ। ପ୍ରଥମେ ପ୍ରେମିକକୁ ମାରି ମାରି ଅଚେତ କରି ଦିଆଯାଇଥିଲା। ତାପରେ ପ୍ରେମିକାକୁ କରିଥିଲେ ଦୁଷ୍କର୍ମ। ତାହା ପୁଣି ୩ଘଣ୍ଟା ଧରି ଏଭଳି ଦୁଷ୍କର୍ମ କରିଚାଲିଥିଲେ। ପୀଡ଼ିତା ଜଣକ ବାରମ୍ବାର ବାରମ୍ବାର ଚିତ୍କାର କରି ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ଅଭିଯୁକ୍ତଙ୍କ କବଳରୁ ବର୍ତ୍ତି ପାରିନଥିଲା। ଶେଷରେ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ମଧ୍ୟ ମାରି ମାରି ଅଚେତ କରି ଦେଇଥିଲେ। ସେହି ଅବସ୍ଥାରେ ଅଭିଯୁକ୍ତ ମିଶି ପୀଡ଼ିତାର ୬ଟି ଭିଡ଼ିଓ ମଧ୍ୟ ତିଆରି କରିଥିଲେ। ତାପରେ ଉଭୟ ପ୍ରେମିକ ପ୍ରେମିକାକୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରି ନିଜେ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସକୁ ମଧ୍ୟ ଖବର ଦିଆଯାଇଛି।
ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଟିମ୍ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ଯଥାଶୀଘ୍ର ପୁଲିସ ଅଭିଯୁକ୍ତଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।
ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ସହ ହେଲା କିଛି ଏପରି ଘଟଣା ଜାଣିଲେ ଉଡିଯିବ ହୋଶ
ମିରଟ: ଦୁନିଆର ସବୁଠାରୁ ଅତି ସୁନ୍ଦର ଏବଂ ପବିତ୍ର ସମ୍ପର୍କ ଭିତରୁ ଅନ୍ୟତମ ସମ୍ପର୍କ ହେଲା ମା-ଝିଅର ସମ୍ପର୍କ। ଦୁହେଁ ପରସ୍ପରର ଭଲ ବନ୍ଧୁ ମଧ୍ୟ, କିନ୍ତୁ ଏହି ସମ୍ପର୍କରେ ଯେତେ ବେଳେ ଆସିଯାଏ ଅବିଶ୍ବାସ ତେବେ ତାହାର ପରିଣତି ଖୁବ୍ ଭୟଙ୍କର ହୋଇଥାଏ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ମିରଟ ନିକଟସ୍ଥ ଗଙ୍ଗାନଗରରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଛାତ୍ରୀ ତାଙ୍କ ମା’ ଓ ଭାଇ ବିରୋଧରେ ଆଣିଛନ୍ତି ବଡ ଧରଣର ଅଭିଯୋଗ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କର ମା’ ତାଙ୍କୁ ଦେହବେପାର କରିବାକୁ ବାଧ୍ୟ କରୁଥିଲେ। ସେଥିପାଇଁ ତାଙ୍କୁ ନିଶା ବଟିକା ଖୁଆଇ ଏଭଳି କରାଯାଉଥିଲା। ନିଦରେ ଶୋଇପଡିବା ପରେ ବାହାରୁ କିଛି ଲୋକ ଆସି ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ। ଏପରିକି ଛାତ୍ରୀଜଣକ ତାଙ୍କ ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
ଛାତ୍ରୀଙ୍କ କହିବା ଅନୁସାରେ, ତାଙ୍କ ଭାଇ ଯେତେବେଳେ ଦୁଷ୍କର୍ମ କରିଥିଲେ, ସେ ପରିବାର ଲୋକଙ୍କୁୁ ଜଣାଇଥିଲେ। କିନ୍ତୁ ପରିବାର ଲୋକ ତାଙ୍କର କିଛି କଥା ନଶୁଣି, ପାଟିବନ୍ଦ ରଖିବାକୁ ଧମକ ଦେଇଥିଲେ। ସେ ଗତ ୩ ଦିନ ତଳେ ଘରୁ ସୁଯୋଗ ଦେଖି ଖସି ଆସିଥିଲେ। ଏହାପରେ ସେ ଚୌଧରି ଚରଣ ସିଂ ପାର୍କରେ ୩ ଦିନ ଲୁଚିକି ଥିଲେ। ;ସେଠାରେ ତାଙ୍କୁ ଉଦ୍ଧାର କରି ପୋଲିସ ନିକଟରେ ପହଁଞ୍ଚାଇଥିଲେ। ଛାତ୍ରୀଙ୍କ ଅଭିଯୋଗ ପରେ ଏସଏସପି ଓ ଏସପି କ୍ରାଇମ ମହିଳା ଥାନା ଏଏଟିୟୁ ତଦନ୍ତ କରିବାକୁ ପଠାଇଥିଲା, କିନ୍ତୁ ଛାତ୍ରୀଙ୍କ ମା’ ଏବଂ ଭାଇ ଏହାକୁ ମିଛ ବୋଲି କହି ଏଡାଇ ଦେଇଥିଲେ। ଛାତ୍ରୀଙ୍କୁ ଗଙ୍ଗାନଗର ଥାନାକୁ ହସ୍ତାନ୍ତର କରାଯାଇଥିଲା।
ଏସଏସପି ନିତିନ ତିଓ୍ବାରୀଙ୍କ କାର୍ଯ୍ୟାଳୟରେ ଦ୍ବାଦଶ ଶ୍ରେଣୀର ଛାତ୍ରୀ ଜଣକ ପହଁଞ୍ଚିଥିଲେ। ଛାତ୍ରୀଜଣକ ନିଜର ମା’ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେ ଦେହ ବେପାର କରାଉଥିଲେ। ଘରକୁ ବହୁ ଲୋକ ଆସୁଥିଲେ ଓ ସେମାନେ ଲୁଚାଛପା ଭାବରେ କିଛି ଭିଡିଓ ମଧ୍ୟ ତିଆରି କରିଥିଲେ। ଏହି ଭିଡିଓ ପୋଲିସ ଅଧିକାରୀଙ୍କୁ ମଧ୍ୟ ସେ ଦେଖାଇଥିଲେ। ତାଙ୍କ ମା’ ଏଭଳି ଦେହବେପାର କରୁଥିବା ତାଙ୍କର ତାଙ୍କର ବାପା, ଭାଇ ଏବଂ ପିଉସୀ ଜାଣିଥିଲେ। କେବଳ ସେତିକି ନୁହେଁ ତାଙ୍କ ଭାଇ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଜଣକ। ପୋଲିସ କହିଛି, ଯଦି ଅଭିଯୋଗ ସଠିକ ଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ସିଡବ୍ଲୁସି ସହିତ କଥା ହୋଇ ଛାତ୍ରୀଜଣଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି।