18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶବଢ଼ୁଛି ଅଶୋଧିତ ତୈଳଦର: ନିର୍ବାଚନ ପ୍ରକ୍ରିୟା ପରେ ଦେଶରେ ବଢ଼ିବ ପେଟ୍ରୋଲ୍‌-ଡିଜେଲ୍ ଦର

ବଢ଼ୁଛି ଅଶୋଧିତ ତୈଳଦର: ନିର୍ବାଚନ ପ୍ରକ୍ରିୟା ପରେ ଦେଶରେ ବଢ଼ିବ ପେଟ୍ରୋଲ୍‌-ଡିଜେଲ୍ ଦର

ନୂଆଦିଲ୍ଲୀ:ରୁଷ୍‌ର ୟୁକ୍ରେନ୍ ଉପରେ ମିସାଇଲ୍ ଆକ୍ରମଣ ସହିତ ତାଳ ଦେଇ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ଗୁରବାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ୧୨୦ ଡଲାର୍ ପ୍ରତି ବ୍ୟାରେଲ୍ ଅତିକ୍ରମ କରିଥିଲା । ଗତ ୭ ବର୍ଷର ବ୍ୟବଧାନ ପରେ ପ୍ରଥମଥର ପାଇଁ ଅଶୋଧିତ ତୈଳଦର ସର୍ବୋଚ୍ଚସ୍ତରକୁ ଅତିକ୍ରମ କରିଛି । ସମ୍ପତ୍ରି ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରିରହିଛି । ଯାହା ମାର୍ଚ୍ଚ ୧୦ ତାରିଖରେ ସମ୍ପନ୍ନ ହେବ । ମାର୍ଚ୍ଚ ୧୧ ତାରିଖରୁ ସରକାର ତୈଳଦରରେ ଅତି କମ୍‌ରେ ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍ ସଂସ୍ଥା ଆକଳନ କରିଛି । ଯଦିଓ ଗତକାଲି ଅଶୋଧିତ ତୈଳ ଦରରେ ସାମାନ୍ୟ ହ୍ରାସ ଘଟି ୧୧୧ ଡଲାର୍ ପ୍ରତି ବ୍ୟାରେଲ୍‌କୁ ଖସିଆସିଛି । ତେବେ କହିବାର କଥା ଯେ ଯଦି ସରକାର ଅତି କମ୍‌ରେ ୧୨ ଟଙ୍କା ପ୍ରତି ଲିଟର ବୃଦ୍ଧି କରନ୍ତି; ତେବେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର ପ୍ରତି ପାଖାପାଖି ୧୧୫ ଟଙ୍କା ଓ ଡିଜେଲ୍ ଦର ଲିଟର ପ୍ରତି ପାଖାପାଖି ୧୧୨ ଟଙ୍କାରେ ପହଞ୍ଚିବ । ଅପରପକ୍ଷରେ ଦେଶରେ ଅନ୍ୟ ସ୍ଥାନରେ ଦର ଅଧିକ ରହିବ । ଗତ ନଭେମ୍ବର ଅଶୋଧିତ ତୈଳଦର ୮୦ ଡଲାର ପ୍ରତି ବ୍ୟାରେଲ୍ ରହିଥିଲା । ମାର୍ଚ୍ଚ ୧୬ ସୁଦ୍ଧା ଦେଶର ତୈଳ କମ୍ପାନୀଗୁଡ଼ିକ ଲାଭ ମାର୍ଜିନ୍ ୧୦ ଟଙ୍କା  ଓ ଏପ୍ରିଲ୍ ସୁଦ୍ଧା ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି କ୍ଷତିକୁ ସରକାରୀ କମ୍ପାନୀମାନେ ନିଶ୍ଚିତ ରୁପେ ଭରଣା କରିବେ ନାହିଁ । ଦରବୃଦ୍ଧି କରି ସାଧାରଣ ଲୋକଙ୍କ ନିକଟରୁ ଅସୁଲି କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking