18.1 C
Bhubaneswar
Tuesday, November 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧସହିଦ ରୁଷ୍ ସୈନିକଙ୍କୁ ମିଳିବ ୫୦ ଲକ୍ଷ ରୁବଲ୍ ସହାୟତା

ସହିଦ ରୁଷ୍ ସୈନିକଙ୍କୁ ମିଳିବ ୫୦ ଲକ୍ଷ ରୁବଲ୍ ସହାୟତା

ମସ୍କୋ : ରୁଷ-ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ସେନାର ବ୍ୟାପକ କ୍ଷତି ହୋଇଛି । ସୈନିକଙ୍କ ମନୋବଳ ବୃଦ୍ଧି ପାଇଁ ସ୍ୱୟଂ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି । ୟୁକ୍ରେନ୍‌ରେ ବିଶେଷ ଅଭିଯାନ ଅବସରରେ ପ୍ରାଣ ହରାଇଥିବା ସୈନିକଙ୍କ ପରିବାରଙ୍କୁ ୫୦ ଲକ୍ଷ ରୁବଲ୍‌ର ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି ପୁଟିନ୍ ଘୋଷଣା କରିଛନ୍ତି । ଯୁଦ୍ଧର ଅଷ୍ଟମ ଦିନ ଟିଭି ଉଦ୍‌ବୋଧନ ବେଳେ ପୁଟିନ୍ ଏହି ଘୋଷଣା କରିଥିଲେ । ସେହିପରି ଆହତ ସୈନିକଙ୍କ ପାଇଁ ମଧ୍ୟ ବିଶେଷ ସହାୟତା ଘୋଷଣା କରାଯାଇଛି । ଯୁଦ୍ଧରେ ଆହତ କୌଣସି ସୈନିକ ସେନାବାହିନୀ ସେବା ଜାରି ରଖିବାକୁ ଅକ୍ଷମ ହେଲେ ସେମାନଙ୍କୁ ମଧ୍ୟ ୨୯ ଲକ୍ଷ ରୁବଲ୍ ସହାୟତା ପ୍ରଦାନ କରାଯିବ ବୋଲି ପୁଟିନ୍ ଏହି ଅବସରରେ କହିଛନ୍ତି । ୟୁକ୍ରେନ୍ ଯୁଦ୍ଧରେ ୫୦୦ ରୁଷ୍ ସୈନିକ ପ୍ରାଣ ହରାଇଥିବା ଏହାର ଗୋଟିଏ ଦିନ ପୂର୍ବରୁ ରୁଷ୍ ସେନା ଆଧିକାରିକ ଭାବେ ସ୍ୱୀକାର କରିଥିଲା । ଅନ୍ୟପକ୍ଷରେ ଯୁଦ୍ଧରେ ୯୦୦୦ ରୁଷ୍ ସୈନ୍ୟ ପ୍ରାଣ ହରାଇଥିବା ୟୁକ୍ରେନ୍ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking