ଭୁବନେଶ୍ୱର: ନୂଆ ଆଲବମ୍ ସୁଟିଂ ଚାଲିଥିଲା । ସୁଟିଂସେଟ୍ ପ୍ରସ୍ତୁତ ଥିଲା । ହିରୋ, ହିରୋଇନ୍, ଗୁଣ୍ଡା ପ୍ରସ୍ତୁତ ଥିଲେ । ଏକ ରୋମାଣ୍ଟିକ୍ ସିନ୍ ସୁଟ୍ ହେବାର ଥିଲା । ବେଡରୁମ୍ ସଜା ହୋଇଥିଲା । ହିରୋଇନ୍ ବେଡ୍ରେ ଶୋଇଲେ । ରୋମାଣ୍ଟିକ୍ ସିନ୍କୁ ପୁରା ସତସତିକା କରିବାକୁ ହିରୋ କହିଥିଲେ । ଏହାପରେ ସେ ଅଭିନୟ ବଦଳରେ ହିରୋଇନଙ୍କ ସହ ସତସତିକା ଦୁଷ୍କର୍ମ କରିଦେଇଥିଲେ । ଏମିତିକି ରାତିତମାମ୍ ହିରୋଇନଙ୍କୁ ଗୋଟେ ଘରେ ହିରୋ ଦୁଷ୍କର୍ମ କରିଛନ୍ତି । ଏନେଇ ସମ୍ପୃକ୍ତ ନାବାଳିକା ହିରୋଇନ୍ ଭରତପୁର ଥାନାରେ ଶୁକ୍ରବାର ସକାଳେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ପୋକ୍ସୋ ଆକ୍ଟରେ ଏକ ଦୁଷ୍କର୍ମ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଏଥିସହ ଅଭିଯୁକ୍ତ ସୁରଜ ଓ ତା’ର ସହଯୋଗୀ ବିଷ୍ଣୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପିଙ୍କି(ଛଦ୍ମନାମ)ଙ୍କ ବୟସ ୧୭ । ସେ ହିରୋଇନ ହେବାକୁ ଭୁବନେଶ୍ୱର ଆସିଥିଲେ । ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟାକୁ ନେଇ ଏକ ଆଲବମ୍ ସୁଟ୍ ଚାଲିଥିଲା । ଏହି ଆଲବମ୍ରେ ପିଙ୍କି ହିରୋଇନ୍ ହେବାକୁ ଗାଁରୁ ଗୁରୁବାର ସକାଳେ ବାହାରି ଆସିଥିଲେ । ପରେ ଅଭିଯୁକ୍ତ ସୁରଜ ପୀଡ଼ିତାଙ୍କୁ ବରମୁଣ୍ଡା ବସଷ୍ଟାଣ୍ଡରୁ ସାଙ୍ଗରେ ନେଇକି ଭରତପୁର ସ୍ଥିତ ବିଷ୍ଣୁଙ୍କ ଘରକୁ ଯାଇଥିଲେ । ସେଠାରେ କିଛି ସମୟ ବସିବା ପରେ ଆଲବମ୍ର ଏକ ମନ୍ଦିର ସିନ୍ ଥିଲା । ସେହି ଶିବ ମନ୍ଦିରରେ ବିବାହ ସିନ୍ ସରିବା ପରେ ପିଙ୍କିଙ୍କୁ ଏକ ଭଡାଘରକୁ ସୁରଜ ଓ ତାର ସହଯୋଗୀମାନେ ନେଇଥିଲେ । ସେଠାରେ ପିଙ୍କି ଓ ସୁରଜଙ୍କ ଛାଡ଼ି ଅନ୍ୟମାନେ ପଳାଇଯାଇଥିଲେ । ଏହାପରେ ସୁରଜ ପିଙ୍କିଙ୍କୁ ଚିକେନ୍ ଖାଇବାକୁ ଦେଇଥିଲେ ।
କିଛି ସମୟ ବିଶ୍ରାମ ପରେ ରାତିରେ ଶୁଟିଂ ହେବ ବୋଲି ତାଙ୍କୁ କୁହାଯାଇଥିଲା । ହେଲେ ତାଙ୍କୁ ଆଉ ସୁଟିଂ ସେଟ୍କୁ ନିଆଯାଇନଥିଲା । ଆଲ୍ବମ୍ରେ ଥିବା ଏକ ଅପହରଣ ସିନ୍ ସୁଟିଂ ପୂର୍ବରୁ ରାତିରେ ସେହି ଭଡ଼ା ଘରେ ପିଙ୍କିଙ୍କ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା । ଏପରିକି ତାଙ୍କ ଦେହରେ ଫେବିକୁଇକ୍ ଅଠା ଢଳା ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ପିଙ୍କି ବିରୋଧ କରିବାରୁ ଏକ ରୋମାଣ୍ଟିକ ସିନ୍ ଅଛି । ସେହି ସିନ୍କୁ ପୁରା ରିଅଲ୍ ଭାବେ କରାଯିବ ବୋଲି ସୁରଜ କହିଥିଲା ।
ଏହାପରେ ଅଭିନୟ ଆଳରେ ସୁରଜ ତାଙ୍କୁ ସତସତିକା ଦୁଷ୍କର୍ମ କରିଥିଲା । ଏହାକୁ ବିରୋଧ କରିବାରୁ ସୁରଜ ତାଙ୍କୁ ମାଡ଼ ମାରିଥିଲେ । ଯେତେ ନେହୁରା ହୋଇଥିଲେ ସୁରଜ ଶୁଣିନଥିଲା । ଶୁକ୍ରବାର ସକାଳେ ହେବା ପରେ ପୀଡ଼ିତା କାନ୍ଦିଥିଲେ । ଛାଡ଼ିବା ପାଇଁ ବାରମ୍ବାର ନେହୁରା ହୋଇଥିଲେ । ହେଲେ ସୁରଜ ତାଙ୍କୁ ଛାଡ଼ିନଥିଲେ । ଏମିତିକି ବାହାହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ରାଜି ନହେଲେ ଫେବିକୁଇକ୍ ଢାଳି ଦେବେ ବୋଲି ଧମକ ଦେଇଥିଲା । ଭୟଭୀତ ହୋଇ ପିଙ୍କି ସୁରଜଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ପିଙ୍କି ସେଠାରୁ ଖସିଆସ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ମହିଳା ଥାନାର ପରାମର୍ଶକ୍ରମେ ସେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।