19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଲେ ଏଭଳି ନିଷ୍ପତି....

ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଲେ ଏଭଳି ନିଷ୍ପତି….

ରାୟପୁର : ଛତିଶଗଡ଼ର ବିଳାସପୁର ହାଇକୋର୍ଟ ଏକ ଛାଡପତ୍ର ଆବେଦନ ଉପରେ ଶୁଣାଣି କରି ଗମ୍ଭୀର ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସେକ୍ସ ଏକ ସୁସ୍ଥ ବୈବାହିକ ଜୀବନ ପାଇଁ ବହୁତ ଜରୁରୀ । ଏଥି ସହିତ କୋର୍ଟ ଉକ୍ତ ଛାଡପତ୍ର ଆବେଦନକୁ ମଧ୍ୟ ସ୍ୱୀକାର କରିଛନ୍ତି । କୋର୍ଟ କହିଛନ୍ତି ଯେ ବିବାହ ପରେ ସ୍ୱାମୀ କିମ୍ବା ସ୍ତ୍ରୀ, କେହି ବି ଯଦି ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହା କ୍ରୁରତା ବରାବର ହୋଇଥାଏ । ସୂଚନା ଅନୁଯାୟୀ, ବିଳାସପୁରର ଜଣେ ଯୁବକ ବେମେତରାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରଠାରୁ ସ୍ତ୍ରୀ ତାଙ୍କ ବାପ ଘରକୁ ଯାଇ ସେଠାରେ ରହିବାକୁ ଲାଗିଲେ । ସ୍ୱାମୀ ପଚାରିଲେ ବିଭିନ୍ନ ବାହାନା ଦେଖାଉ ଥିଲେ । ସ୍ୱାମୀଙ୍କ କହିବା ଅନୁସାରେ, ପାଖାପାଖି ୪ ବର୍ଷ ଧରି ସ୍ତ୍ରୀ ଲଗାତାର ବିଭିନ୍ନ ପର୍ବ ପର୍ବାଣିରେ ତାଙ୍କ ବାପ ଘରକୁ ଚାଲି ଯାଉଥିଲେ । ଏହାପରେ ସ୍ୱାମୀ ଛାଡପତ୍ରର ଡିଗ୍ରୀ ମାଧ୍ୟମରେ ବିବାହ ବିଚ୍ଛେଦ କରିବା ପାଇଁ ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ କୁହାଯାଇଥିଲା କି, ବିବାହର କିଛି ଦିନ ପରଠାରୁ ହିଁ ସ୍ତ୍ରୀଙ୍କ ଆଚରଣ ସ୍ୱାମୀଙ୍କ ପ୍ରତି କ୍ରୁରତା ଭଳି ଥିଲା । ଏହା କହି ସ୍ତ୍ରୀ ପ୍ରତାଡ଼ିତ କରୁଥିଲେ ଯେ ତାଙ୍କ ଶରୀର ଭାରୀ ଏବଂ ସେ ସୁନ୍ଦର ନୁହଁନ୍ତି । ଶ୍ୱଶୁରଙ୍କ ମୃତ୍ୟୁ ପରେ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ । ସେ ୪ ବର୍ଷ ଧରି ସେଠାରେ ରହିଥିଲେ । ସ୍ୱାମୀ ଅନେକ ଥର ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଫେରି ଆସିବାକୁ କହିଥିଲେ । ହେଲେ ସେ ଓଲଟା ସ୍ୱାମୀଙ୍କୁ ତାଙ୍କ ବାପ ଘରେ ଆସି ରହିବାକୁ କହୁଥିଲେ । ଏଥି ସହ ସ୍ୱାମୀଙ୍କୁ ନ ଜଣାଇ ସ୍ତ୍ରୀ ଚାକିରି କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ଯେତେବେଳେ କି, ବିବାହ ସମୟରେ ସ୍ପଷ୍ଟ କରାଯାଇଥିଲା ଯେ ବିବାହ ପରେ ଝିଅ ଚାକିରି କରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking