22.1 C
Bhubaneswar
Sunday, November 17, 2024
Homeଓଡିଶାପୌର ନାମାଙ୍କନ ଆରମ୍ଭ: ଫର୍ମ ନେବାକୁ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍‌

ପୌର ନାମାଙ୍କନ ଆରମ୍ଭ: ଫର୍ମ ନେବାକୁ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍‌

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆଜିଠାରୁ ରାଜ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୭ ତାରିଖ ଯାଏ ଅର୍ଥାତ୍ ୬ ଦିନ ଧରି ଚାଲିବ । ତେବେ ବିଭିନ୍ନ ରାଜନୈତିକ ଦଳ ଏଯାଏ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରିନାହାନ୍ତି । ମାଳମାଳ ଆଶାୟୀଙ୍କ ଭିତରୁ ପ୍ରାର୍ଥୀ ଚୟନ କାଠିକର ପାଠ ହୋଇଛି । ଏଣୁ ଆଜି କେବଳ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ ନିକଟରୁ ଫର୍ମ କିଣିଛନ୍ତି । ଏଥିପାଇଁ ବିଭିନ୍ନ ପୌର ପରିଷଦ ଏବଂ ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ୨୦୧୮ ମସିହାରୁ ରାଜ୍ୟର ବିଭିନ୍ନ ପୌର ପରିଷଦ ଏବଂ ମହାନଗର ନିଗମମାନଙ୍କରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏଣୁ ୩ ବର୍ଷ ପରେ ଏବେ ରାଜ୍ୟରେ ପୌର ପ୍ରତିନିଧିଙ୍କୁ ବାଛିବା ଲାଗି ନିର୍ବାଚନ ହେବାକୁ ଯାଉଛି । ଆଗାମୀ ୨୪ ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମ(ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର) ପାଇଁ ଗୋଟିଏ ଦିନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ପୂର୍ବରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି । ଏଥର ନାମାଙ୍କନ ପତ୍ରରେ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ କରାଯାଇଛି । ପ୍ରଥମଟିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ଏବଂ ଦ୍ୱିତୀୟଟିରେ ଦୁଇରୁ ଅଧିକ ପିଲା ନଥିବା ଓ ସ୍ତ୍ରୀ ଜୀବିତ ଥିବାନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ଆସନ୍ତା ୭ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାସହ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ତାରିଖ ରହିଛି ୧୪ । ଏହାପରେ ୨୪ରେ ମତଦାନ ଅନୁଷ୍ଠିତ ହୋଇ ୨୬ରେ ଫଳ ବାହାରିବ । ଚଳିତ ଥର ସହରାଞ୍ଚଳର ଭୋଟରମାନେ କାଉନ୍‌ସିଲର ବା କର୍ପୋରେଟର ଏବଂ ପୌରାଧ୍ୟକ୍ଷ ବା ମେୟର ପଦପାଇଁ  ପୃଥକ୍ ଭାବେ ମତଦାନ କରିବେ । ଏଥିପାଇଁ ଭୋଟକେନ୍ଦ୍ରରେ ଦୁଇଟି ଇଭିଏମ୍ ରହିବ । ଏଥସହ ଚଳିତ ପୌର ନିର୍ବାଚନରେ ପ୍ରଥମ କରି ନୋଟା ବିକଳ୍ପ ଇଭିଏମ୍‌ରେ ସ୍ଥାନ ପାଇବ । ଏଥର ରାଜ୍ୟର ବିଭିନ୍ନ ସହରର ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ପୌର ନିର୍ବାଚନରେ ମତଦାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking