28.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନାଟୋ ଦେଶରେ ସାମିଲ ନହେବାକୁ ଏହି ଦେଶକୁ ଚେତାବନୀ ପୁଟିନ୍‌

ନାଟୋ ଦେଶରେ ସାମିଲ ନହେବାକୁ ଏହି ଦେଶକୁ ଚେତାବନୀ ପୁଟିନ୍‌

ମେସ୍କୋ : ୟୁକ୍ରେନ ଆକ୍ରମଣରେ ପରେ ଫିନଲ୍ୟାଣ୍ଡ-ସ୍ୱିଡ଼େନ୍ ଉପରେ ଆକ୍ରମଣ କରିପାରେ ଋଷ୍ । ଉଭୟ ଦେଶ ନାଟୋରେ ସାମିଲ ହେଲେ, ୟୁକ୍ରେନ ଭଳି ଦଶା ଭୋଗିବାକୁ ପଡ଼ିବ ବୋଲି ଋଷ୍ ସରକାର ଚେତାବନୀ ଦେଇଛନ୍ତି । ତେବେ ଋଷର ଏହି ମନ୍ତବ୍ୟ ପରେ ପୁଣି ଚର୍ଚ୍ଚାରେ ପୁଟିନ୍ । ଗୋଟିଏ ପଟେ ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପୂରା ବିଶ୍ୱ ଋଷକୁ ନିନ୍ଦା କରୁଛି । ଏମିତିକି ଋଷ ଉପରେ ଫ୍ରାନ୍ସ ପରମାଣୁ ଆକ୍ରମଣ କରିବ ବୋଲି ଧମକ ବି ଦେଇଛି । ଏହାସହ ଆମେରିକା ସମେତ ଅନେକ ନାଟୋ ରାଷ୍ଟ୍ର ଋଷିଆ ଉପରେ ପ୍ରତିବନ୍ଧକ ଲଗାଇବା ସହ ଗୁଗୁଲ ଋଷର ବିଭିନ୍ନ ସୋସିଆଲ ପ୍ଲାର୍ଟଫର୍ମ ଉପରେ ମନିଟାଇଜେସନ ବନ୍ଦ ରଖିଛି । ଆଉ ପୁଣି ଏବେ ଫିନଲ୍ୟାଣ୍ଡ-ସ୍ୱଡ଼େନ ଉପରେ ଆକ୍ରମଣ କରିବାକୁ ଋଷିଆ ଧମକ ଦେଇଛି । ୟୁକ୍ରେନ ଆକ୍ରମଣ ପରେ ଶାନ୍ତିରେ ବସିନାହାନ୍ତି ପୁଟିନ୍ । ଅନ୍ୟ ଦେଶ ଉପରେ ସାମରିକ ଆକ୍ରମଣ କରିବାକୁ କରୁଛନ୍ତି ପ୍ଲାନ । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ନିଜର ସୁରକ୍ଷା ଓ ଶକ୍ତି ପ୍ରଦର୍ଶନ ଲାଗି ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଆଦୌ ଠିକ୍ ନୁହେଁ ବୋଲି ବାଇଡେନ କହିଛନ୍ତି । ଋଷ ଯେମିତି ଭାବରେ ଏକଛତ୍ରବାଦୀ ଶାସନ କରିବାକୁ ଚାହୁଁଛି ତାହାକୁ ଗ୍ରହଣ କରାଯିବ ନାହିଁ ଏବଂ ନାଟୋ ପକ୍ଷରୁ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ୱାଇଟ୍ ହାଉସ କହିଛି । ସେପଟେ ଏକଥା ଜଣାପଡ଼ିବା ପରେ ବ୍ରିଟେନ ସହ ଅନେକ ରାଷ୍ଟ୍ରର ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ୟୁକ୍ରେନ, ସ୍ୱିଡ଼େନ କିମ୍ବା ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେଲେ ଏହି ସବୁ ଦେଶରେ ନାଟୋ ନିଜର ସୈନ୍ୟ ଓ ସାମରିକ ଶକ୍ତି ବୃଦ୍ଧି କରିବ । ଯାହାଦ୍ୱାରା ଋଷ ପ୍ରତି ବଡ଼ ବିପଦ ଥିବା ପୁଟିନ୍ ଜାଣିସାରିଛନ୍ତି । ତେଣୁ କୌଣସି ପରିସ୍ଥିତିରେ ନାଟୋରେ ସାମିଲ ଥିବା ଦେଶଙ୍କ ସଂଖ୍ୟା ବୃଦ୍ଧି ହେବାକୁ ରାଜି ହେଉନାହାନ୍ତି ପୁଟିନ୍ । କିନ୍ତୁ ବିଶ୍ୱର ଅନେକ ରାଷ୍ଟ୍ର ଏବେ ଋଷ ବିରୋଧରେ ରହିଛନ୍ତି । ତେଣୁ ପୁଟିନ୍‌ଙ୍କ ମନମାନି ଚଳିବ ନାହିଁ ଏବଂ ଆକ୍ରମଣର ଦୃଢ ଜବାବ ଋଷ ପାଇବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking