26.1 C
Bhubaneswar
Tuesday, November 19, 2024
Homeଓଡିଶାଆସନ୍ତା ସପ୍ତାହରୁ ବଢିପାରେ ପ୍ରେଟୋଲ ଡିଜେଲ ଦାମ୍‌

ଆସନ୍ତା ସପ୍ତାହରୁ ବଢିପାରେ ପ୍ରେଟୋଲ ଡିଜେଲ ଦାମ୍‌

ଭୁବନେଶ୍ୱର :ଭାରତରେ ଆସନ୍ତା ସପ୍ତାହରୁ ପୁଣି ବଢିପାରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ । ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିବାକୁ ଯାଉଛି । ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ୭ ବର୍ଷ ପରେ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି କ୍ରୁଡ୍ ଅଏଲ୍ ଦାମ । ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ଆସନ୍ତା ସପ୍ତାହରୁ ପଡିପାରେ ।ଏହା ସହିତ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ତେଣୁ ପେଟ୍ରୋଲ ଏବଂ ଡିଜେଲ ଦାମ ବଢିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଲାଣି । ତେଣୁ ଭାରତରେ ଆସନ୍ତା ସପ୍ତାହରେ ତୈଳ ଦର ବୃଦ୍ଧି ହେବା ଆଶଙ୍କା ଅଧିକ ।ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ମାସରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେତେବେଳେ କ୍ରୁଡ୍ ଅଏଲ୍ ବ୍ୟାରେଲ ପିଛା ଥିଲା ୮୧.୫ ଡଲାର । ଏବେ କିନ୍ତୁ ତାହା ବୃଦ୍ଧି ପାଇ ୧୧୦ ଡଲାରରେ ପହଞ୍ଚିଗଲାଣି ।  ଏପଟେ କ୍ରୁଡ୍ ଅଏଲ୍ ଦାମ ବୃଦ୍ଧି ଘଟିବା ଫଳରେ ତୈଳ କମ୍ପାନୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ ଗୁଡିକ ଗୋଟିଏ ଲିଟର ପେଟ୍ରୋଲରେ ପ୍ରାୟ ୫.୭୦ ଟଙ୍କା କ୍ଷତି ସହୁଛନନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking