17.1 C
Bhubaneswar
Tuesday, November 19, 2024
Homeଓଡିଶାୟୁକ୍ରେନରୁ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ୟୁକ୍ରେନରୁ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ଦାବିରେ ଛାତ୍ର କଂଗ୍ରେସର ବିକ୍ଷୋଭ

ୟୁକ୍ରେନ୍‌ରେ ଭାରତର ଛାତ୍ର ମରେ, ଭାରତରେ ବିଜେପି ଡ୍ରାମାକରେ : ୟାସିର ନୱାଜ, ସଭାପତି ପ୍ରଦେଶ ଛାତ୍ର କଂଗ୍ରେସ
ଭୁବନେଶ୍ୱର ତା ୦୨.୦୩.୨୦୨୨ – ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋକ ପ୍ରଦର୍ଶନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ର‌୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଂଟିନ ଛକ ଦେଇ କନଭେଂଟ ଛକ ଦେଇ ପୁଣି ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ । ଶ୍ରୀୟା ଛକରେ ୟୁକ୍ରେନରେ ଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତି ଅବିଚାର କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିଥିଲେ ।
ଏହି ପ୍ରସଙ୍ଗରେ ଶ୍ରୀ ନୱାଜ କହିଥିଲେ ଯେ ୟୁକ୍ରେନରୁ ବହୁପୂର୍ବରୁ ସମସ୍ତ ଦେଶ ସେମାନଙ୍କର ଛାତ୍ରଛାତ୍ରୀ ମାନଙ୍କ ନେଇଆସିଥିବା ବେଳେ ମୋଦିଙ୍କ ଅପାରଗତା ପାଇଁ ଭାରତୀୟ ଛାତ୍ର ଋଷ-ୟୁକ୍ରେନ୍ ଯୁଦ୍ଧର ଭୟାନକ ପରିସ୍ଥିତିରେ କାଳ କାଟୁଛନ୍ତି । ଭାରତରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଛାତ୍ର ଛାତ୍ରୀଙ୍କୁ ଫେରାଇ ଆଣିବାପାଇଁ କେବଳ ମିଡିଆରେ ବୟାନବାଜି କରୁଛନ୍ତି । ଏଠାରେ ପ୍ରଶ୍ନ ଉଠେ ଏଭଳି ପରିସ୍ଥିତିରେ ସୂଚନା ପାଇଁ ମୋଦି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଣିଲେନି କାହିଁକି? ସେଠାରେ ଭାରତୀୟ ଛାତ୍ର ମୃତ୍ୟୁବରଣ କଲେଣି । ବଙ୍କର ଭିତରେ ଭୋକ ଉପାସରେ ପଡ଼ିଛନ୍ତି । ଭାରତୀୟ ପତାକା ଧରି ଜୀବନ ବିକଳରେ ଦଉଡୁଛନ୍ତି । ଏବେ ବିଶ୍ୱ ଦେଖୁଛି ମୋଦି କେତେ ଦୁର୍ବଳ ଓ ଅପାରଗ ପ୍ରଧାନମନ୍ତ୍ରୀ । ଯୁଦ୍ଧ ପରିସ୍ଥିତି ଆସିଲେ ମୋଦି କିପରି ଅକର୍ମା ହୋଇପଡ଼ିଛନ୍ତି ତାହାର ପ୍ରମାଣ ଏଠାରେ ମିଳୁଛି । ସେହିପରି ବିଶ୍ୱରେ କରୋନା ପରିସ୍ଥିତି ଭୟାବହ ଥିବାବେଳେ ମୋଦି ଭାରତବାସୀଙ୍କୁ ସଚେତନ କରେଇ ପାରିଲେନି । ସୁତରାଂ ମୋଦି ତୁରନ୍ତ ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟାବର୍ତନ କରେଇ ଆଣିବାକୁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ରଞ୍ଜିତ ପାତ୍ର, ବିଭୁ ପ୍ରସାଦ ଜେନା, କାର୍ତିକେଶ୍ୱର କାଣ୍ଡି, ଅଜିତ ବାରିକ, ରଞ୍ଜିତ ସେନାପତି, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, ଆରିୟନ ସାସମଲ, ସାହାରୁଖ ଖାନ, ଅଖିଳେଷ ଯାଦବ, ସୂର୍ଯ୍ୟକାନ୍ତ ସାହୁ, ସ୍ୱୟଂ ଭୁ, ଦେବୀ ପ୍ରସାଦ ଦାସ, ସରୋଜ ସିଂ, ବିକାଶ କୁମାର ଦିଗଲ, ସାଇପ୍ରକାଶ ସାହୁ, ଅହମ୍ମଦ ଖାନ, ଜିତେନ୍ଦ୍ର ମଲ୍ଲିକ, ଆଶୁତୋଷ ନନ୍ଦ, ଦୀପକ ସ୍ୱାଇଁ, ଉଦିତ ପ୍ରଧାନ, ବାଦଲ ମହାନ୍ତି, ବିକାଶ ପଶୁପାଳକ, ସନ୍ତୋଷ କୁମାର ଭୋଳ, ସୟଫ ଅଲ୍ଲି ଖାନ, ମିର ରିୟାଜୁଦିନ, ଫିରୋଜ, ସଫରାଜ ଖାଜି, ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking