17.1 C
Bhubaneswar
Tuesday, November 26, 2024
Homeକରୋନାହଂକଂରେ କୋଭିଡ୍ ହାହାକାର! ଶବ ରଖିବାକୁ ମିଳୁନି ଟିକିଏ ବି ଜାଗା

ହଂକଂରେ କୋଭିଡ୍ ହାହାକାର! ଶବ ରଖିବାକୁ ମିଳୁନି ଟିକିଏ ବି ଜାଗା

ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀର ପ୍ରଭାବ ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ରଚିଛି । ଏଥିଯୋଗୁ ହଂକଂରେ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି । ପରିସ୍ଥିତି ଏମିତି ରହିଛି ଯେ ଏଠାରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ରଖିବା ପାଇଁ ଟିକିଏ ଜାଗା ସୁଦ୍ଧା ନାହିଁ । ହସ୍ପିଟାଲ ଏବଂ ସାର୍ବଜନିକ ଶବଗୃହ ଗୁଡ଼ିକରେ ନାନା ଅସୁବିଧାକୁ ସାମ୍ନା କରିବାକୁ ପଡ଼ୁଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ହଂକଂର ଅଧିକାଂଶ ବାସିନ୍ଦା କରୋନା ଭାଇରସ୍ ବିରୋଧରେ ଟିକା ନେଇ ନାହାନ୍ତି । ଲଗାତାର ବଢ଼ୁଥିବା ସଂକ୍ରମଣ ମାମଲାକୁ ନଜରରେ ରଖି ଅଧିକାରୀମାନେ ଲକ୍‌ଡାଉନ ସମ୍ଭାବନାକୁ ମଧ୍ୟ ଏଡ଼ାଇ ନାହାନ୍ତି । ସହରର ପବ୍ଲିକ ଡାକ୍ତର ଆସୋସିଏସନ ମୁଖ୍ୟ ଟୋନି ଲିଙ୍ଗ କହିଛନ୍ତି ଯେ ହସ୍ପିଟାଲର ଆକ୍ସିଡେଣ୍ଟ ଏବଂ ଇମରଜେନ୍ସି ରୁମ୍‌ରୁ ଏକାଧିକ ମୃତଦେହକୁ ଶବଗୃହ ନେଇଯିବା ପାଇଁ ଅପେକ୍ଷା କରାଯାଇଛି । ସେ କହିଛନ୍ତି, ଏହି ଶରୀରଗୁଡ଼ିକୁ ବର୍ତ୍ତମାନ ସଂଗ୍ରହ କରିବା ପାଇଁ ଅଧିକ ସମୟ ଆବଶ୍ୟକ । ସାମ୍ପ୍ରତିକ ପରିସ୍ଥିତି ପାଇଁ କାର୍ଯ୍ୟବଳ ଏବଂ ଷ୍ଟୋରେଜ୍‌ର କ୍ଷମତା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ନିକଟରେ ଟିକାକରଣ ସଂଖ୍ୟା ବଢ଼ିଥିବା ସତ୍ତ୍ୱେ ହଂକଂରେ ଟିକା ନେଉ ନ ଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି । ଅନେକ ଲୋକ ପାର୍ଶ୍ୱ ପ୍ରତିକ୍ରିୟା ଭୟ ଏବଂ ଅବହେଳା ଯୋଗୁ ଟିକାକରଣ କରାଉ ନାହାନ୍ତି । ୨୦୨୦ର ସରକାରୀ ଆକଳନ ଅନୁଯାୟୀ, ହଂକଂରେ ପ୍ରତି ମାସରେ ହାରାହାରି ୪,୦୦୦ ଲୋକଙ୍କ ମୃତ୍ୟୁ ଘଟୁଛି । ସହରରେ କୋଭିଡ ସଂକ୍ରମଣର ୧ ଲକ୍ଷ ୭୧ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସି ସାରିଛି । ହଂକଂରେ ମୁଖ୍ୟତଃ ଭାଇରସର ‘ଓମିକ୍ରନ୍‌’ ଭାରିଆଣ୍ଟର ମାମଲା ବୃଦ୍ଧି ପାଉଛି । ଦୈନିକ ମାମଲା ଏକ ସପ୍ତାହରେ ଚାରି ଗୁଣା ବୃଦ୍ଧି ପାଇଛି, ଯାହାକି ପୂର୍ବରୁ ୭୫୦୦ ଥିଲା । ସହରର ସ୍ୱାସ୍ଥ୍ୟ ସଂରକ୍ଷଣ କେନ୍ଦ୍ରର ପ୍ରଧାନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି, ପ୍ରତି ତିନି ଦିନରେ ମାମଲା ଦ୍ୱିଗୁଣିତ ହେଉଛି । ଆମକୁ ଲାଗୁଛି ମାମଲା ଏବେ ବଢ଼ିବା ଜାରି ରହିବ । ସୋମବାର ସହରରେ ୮୭ ଲୋକଙ୍କ ମୃତ୍ୟୁ ଘଟିଛି, ଯେଉଁଥିରୁ ୬୭ ଜଣ କୋଭିଡ୍ ରୋଗୀ ଟିକା ନେଇ ନ ଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ସରକାର ଏପରି ଉପାୟ ଲାଗୁ କରି ପାରନ୍ତି ଯାହା ଅଧୀନରେ ଲୋକମାନଙ୍କୁ ଘରେ ରହିବାକୁ କୁହାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking