ଭୁବନେଶ୍ୱର: ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ବଡ଼ୁ ନିଯୋଗ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ସମର୍ଥା ନିଯୋଗ ତଥା ଅନ୍ୟାନ୍ୟ ସେବାୟତଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯାଇ ଐତିହ୍ୟପୂର୍ଣ୍ଣ ଲିଙ୍ଗରାଜଙ୍କ ଜାଗରଯାତ୍ରାର ସଫଳ ପରିଚାଳନା କରିବାକୁ କୁହାଯାଇଛି । ନୀତିନିର୍ଘଣ୍ଟ ଅନୁସାରେ ମଙ୍ଗଳବାର ରାତି ୧୦ଟାରେ ମହାଦୀପ ଉଠିବ । ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ ଭୋର ୩ଟାରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ପ୍ରତ୍ୟୁଷ ୫ଟା୧୫ରେ ପହୁଡ଼ ହେବ । ଭୋର ୩ଟାରୁ ୩ଟା୩୦ ମଧ୍ୟରେ ମଙ୍ଗଳ ଆଳତି ଏବଂ ଅବକାଶ ହେବା ସହ ଭୋର ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ । ସକାଳ ୬ଟା ୩୦ରେ ରୋଷ ହୋମ ହେବା ସହ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ ମହାସ୍ନାନ ଓ ବେଶ, ୧୨ଟା ୪୫ରୁ ୨ଟା ୩୦ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ, ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ହେବ, ୨ଟା ୪୫ରୁ ୩ଟା ୪୫ ମଧ୍ୟରେ ଭୋଗ ମଣ୍ଡପ, ୩ଟା ୪୫ରୁ ୪ଟା ୪୫ ସାହାଣମେଲା ଦର୍ଶନ, ୪ଟା ୪୫ରୁ ସନ୍ଧ୍ୟା ୫ଟା ୧୫ ଛାମୁ ପରିଷ୍କାର, ୫ଟା ୧୫ରୁ ୫ଟା ୪୫ ଶ୍ରୀଜିଉଙ୍କ ବେଶ, ୫ଟା ୪୫ରୁ ସଂଧ୍ୟା ୭ଟା ବୀର କିଶୋର ବଲ୍ଲଭ, ଦ୍ୱିପ୍ରହର ଧୂପ ଓ ଭୁବନେଶ୍ୱରୀଙ୍କ ଦ୍ୱିପ୍ରହର ଧୂପ, ୭ଟାରୁ ୭ଟା ୧୦ ଶ୍ରୀଜିଉଙ୍କ ପହୁଡ଼, ୭ଟା ୧୦ରୁ ୭ଟା ୩୦ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା, ୭ଟା ୩୦ରୁ ୮ଟା ୧୦ ଶ୍ରୀଜିଉଙ୍କ ବେଶ, ୮ଟା ୧୦ରୁ ୮ଟା ୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତି ୧୦ ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥ ଜଳ ଆନୟନ ହେବା ସହ ରାତି ୧୦ଟାରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ମହାଦୀପ ଉଠିସାରିବା ପରେ ରାତି ୧୦ରୁ ୧୧ଟା ପର୍ଯର୍୍ୟନ୍ତ ପୁଣି ଥରେ ସାହାଣମେଲା ଦର୍ଶନ ସହ ୧୧ଟାରୁ ୧୧ଟା ୩୦ ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀ ଜିଉଙ୍କ ଛାମୁ ପରିଷ୍କାର, ରାତି ୧୧ଟା ୩୦ରୁ ଭୋର ୩ଟା ୩୦ ଚାରି ପ୍ରହର ପୂଜା, ଭୋର ୩ଟା ୩୦ଟାରୁ ୪ଟା ୩୦ ହରିହର ଭେଟ ଏବଂ ୪ଟା ୩୦ରୁ ୫ଟା ୧୫ ବଡ଼ ସିଂହାର ପରେ ପହୁଡ଼ ପଡ଼ିବ ।