ଭୁବନେଶ୍ୱର :ଆଜି ମହାଶିବରାତ୍ରୀ । ଚଳଚଞ୍ଚଳ ପୁରା ପରିବେଶ । ଆଉ ଏଥିରେ ବେଶି ଲାଭବାନ ହେଉଛନ୍ତି ଫୁଲ ଦେକାନି ।ଜାଗର ଯାତ୍ରା ପାଇଁ ଫୁଲ ଦର ଆକାଶ ଛୁଇଁଛି। ମହାଦେବଙ୍କ ପ୍ରିୟ ଫୁଲ ସବୁ ଚଢ଼ା ଦରରେ ବିକ୍ରି ହେଉଛି। କେତକୀ ଫୁଲ ଗୋଟା ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଆ ଫୁଲ ଗୋଟା ୭ଶହ ଟଙ୍କା ରହିଛି। ଏହି ଦୁଇ ଫୁଲ ବଜାରକୁ କମ୍ ପରିମାଣରେ ଆସିଥିବାରୁ ଦର ଏମିତି ଆକାଶଛୁଆଁ ହୋଇଥିବା ଫୁଲ ବେପାରୀମାନେ କହିଛନ୍ତି। ଏହି ଦୁଇ ଫୁଲକୁ ବାଦ୍ ଦେଲେ ଚମ୍ପା, ଅରଖ, କନିଅର ଆଦି ଫୁଲ ମଧ୍ୟ ମହାଦେବଙ୍କ ପୂଜାରେ ଲାଗି ହୋଇଥାଏ। ଦୁଦୁରା ଫୁଲ ଦର ମଧ୍ୟ ଅଧିକ ରହିଛି।ଧଳା ଦୁଦୁରା ଦର ଗୋଟା ୧୦ରୁ ୧୫ଟଙ୍କା ରହିଥିବା ବେଳେ କଳା ଦୁଦୁରା ଗୋଟାକୁ ୨୫ରୁ ତିରିଶ ଟଙ୍କା ପର୍ୟ୍ୟନ୍ତ ରହିଛି। ସେହିଭଳି ଅରଖ ୩୦ ଟଙ୍କା, ଅରଖ ମାଳା ୫୦ ଟଙ୍କା, ପଦ୍ମ ଫୁଲ ଗୋଟା ୩୦ ଟଙ୍କା, ଗଇଶ ଫୁଲ ୨୦ ଟଙ୍କା, ଆମ୍ବ ଡାଳ ୧୦ ଟଙ୍କା, ଚମ୍ପା ୨୫ ଟଙ୍କା ପର୍ୟ୍ୟନ୍ତ ରହିଛି। ସେହିପରି ମାଟି ଦୀପ ଦର ମଧ୍ୟ ଅଧିକ ରହିଛି। ମାଟି ଦୀପ ୫ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ୟ୍ୟନ୍ତ ରହିଥିବା ବେଳେ ଘିଅ ଲଗା ଦୀପ ଦର ମଧ୍ୟ ଅଲଗା ଅଲଗା ରହିଛି। ସବୁଠାରୁ ବଡ ୧.୫ ଲିଟର ଦୀପ ଦର ୩୦୦ ଟଙ୍କା ରହିଛି। ଏହା ସହ ଦୀପ ସହ ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର, ଗେଣ୍ଡୁ ଫୁଲ ଆଦି ପ୍ୟାକେଟ୍ ୫୦ ଟଙ୍କା ରହିଛି।