ବୌଦ୍ଧ : ତୁଷୁରା ଥାନା ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ରାହୁଲ ନଦୀ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଶରୀର ଅଣ୍ଟାରୁ ଉପରକୁ ପୋଡି ଯିବା ସହ ମୁଣ୍ଡରେ ଭୁଜାଲି ଆଘାତ ଥିବା ଜଣାପଡିଛି । କଣ୍ଟାମାଳ ଥାନା ଅନ୍ତର୍ଗତ ଉଡେର୍ ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ ଗତ ୧୨ ତାରିଖ ସନ୍ଧିସରା ଗାଁର ସ୍ଥିତ ପିଉସୀ ପୁଅ ପାଖକୁ ଆସିଥିଲେ । ବାସୁଦେବ କୌଣସି କାମରେ କର୍ଲାଖମନ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ନିଖୋଜ ହେବା ଜାଣିବା ପରେ କର୍ଲାଖମନ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ବାସୁଦେବଙ୍କ ପତ୍ତା ମିଳି ନଥିଲା । ପରେ କଣ୍ଟାମାଳ ଥାନାରେ ବାସୁଦେବ ନିଖୋଜ ହୋଇ ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । କଣ୍ଟାମାଳ ପୋଲିସ ଓ ତୁଷୁରା ପୋଲିସ ମିଳିତ ଭାବରେ ତଦନ୍ତ କରିଥିଲେ ମଧ୍ୟ କିଛି ପତ୍ତା ପାଇ ନଥିଲେ । ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ କର୍ଲାଖମନ ରାହୁଲ ନଦୀ କୂଳରେ ବରିଘାଟର ନିକଟ ଏକ ନାଳରେ ଏକ ଶବକୁ ପ୍ରାୟ ୮୦ ପ୍ରତିଶତ ପୋଡି ଦିଆଯାଇଥିଲା । ଖବର ପାଇବା ପରେ ପରିବାର ଲୋକେ ଘଟଣାସ୍ଥଳ ପହଞ୍ଚି ମୃତଦେହ ବାସୁଦେବର ବୋଲି ଦାବି କରିଥିଲେ । ମୁଣ୍ଡରେ ଭୁଜାଲୀ ଆଘାତ ହୋଇଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରଯାଇଛି । ଏନେଇ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ ତୁଷୁରା ଥାନାରେ ହତ୍ୟା କରାଯାଇଥିବା ଲିଖିତ ଭାବରେ ଅଭିଯୋଗ କରିବା ପରେ ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବାସୁଦେବ କର୍ଲାଖମନ ଗାଁର ବହୁଦିନ ଧରି ଜଣେ ଝିଅ ସହ ପ୍ରେମ ସମ୍ପର୍କରେ ରହିଥିବା ସହ ସେ ବିଭିନ୍ନ ସମୟରେ ଗାଁରୁ ୨ ଶହ ମିଟରରେ ଥିବା ଏକ ଜଙ୍ଗଲରେ ପ୍ରମିକା ସହ ଭେଟ କରିବାକୁ ଆସୁଥିବା ଚର୍ଚ୍ଚା ହେଉଛି । ୧୨ ତାରିଖ ରାତ୍ରିରେ ପ୍ରେମିକ ଜଣକୁ ଫୋନରେ ଭେଟ ହେବା ପାଇଁ ଅନୁରୋଧ କରିଥିଲା । ବାସୁଦେବର ବାହାଘର ଅନ୍ୟ ଏକ ଝିଅସହ ଦେବାକୁ ଥିବାରୁ ଏହା ଶେଷ ଭେଟ ବୋଲି କହି ପ୍ରେମିକା ଜଣ ବାରମ୍ବାର ଆସିବାକୁ କହିଥିବା ବାସୁଦେବଙ୍କ ସମ୍ପର୍କିୟ କହିଥିଲେ । ଯାହାଦ୍ୱାରା ବାଧ୍ୟ ହୋଇ ତାର ୨ଜଣ ସମ୍ପର୍କିୟ ଲୋକଙ୍କ ସହ ଆସିବା ପରେ କିଛି ଦୁରରେ ସହ ସେମାନଙ୍କୁ ଛାଡି ଦେଇ ଭେଟ ପାଇଁ ବାସୁଦେବ ଆସିଥିଲେ । ହେଲେ ବାସୁଦେବକୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି ତାହା ନେଇ ସନ୍ଧେହ ଘେରରେ । ଭେଟ ହୋଇଥିବା ସ୍ଥାନରେ ଏକ ପାଉଜ ଜରି ପଡିବା ସହ ମେନ୍ ଫୋର୍ସ ଟେବେଲେଟ୍ ପଡିଥିଲା । ମୃତଦେହ ପୋଡା ଯାଇଥିବା ସ୍ଥାନରେ ଏକ ପ୍ରକାର କମ୍ପାନୀର ଜରି ପଡିବା ସହ ଚୂଡି ପଡିଥିଲା ଓ ବାସୁଦେବଙ୍କ ମୋବାଇଲ ଫୋନକୁ ମଧ୍ୟ ଜାଳି ଦିଆଯାଇଛି । ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଉପଖଣ୍ଡ ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ପୁଇତଲା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ଓ ତୁଷୁରା ଥାନାଅଧିକାରୀ ସଞ୍ଜୀବ ପ୍ରଧାନଙ୍କ ଉପସ୍ଥିତରେ ଘଟଣାର ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଆସି ମୃତଦେହର ବିଭିନ୍ନ ଅଂଶକୁ ସଂଗ୍ରହ କରିଥିଲେ ।