29.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ-ୟୁକ୍ରେନ ଯୁଦ୍ଧ : କାହାର କେତେ ସାମରିକ କ୍ଷମତା ଜାଣନ୍ତୁ

ଋଷ-ୟୁକ୍ରେନ ଯୁଦ୍ଧ : କାହାର କେତେ ସାମରିକ କ୍ଷମତା ଜାଣନ୍ତୁ

ନୂଆଦିଲ୍ଲୀ : ଅଶାନ୍ତ ହୋଇଛି ପୃଥିବୀ । ୟୁରୋପୀୟ ଦେଶ ମଧ୍ୟରେ ଶାନ୍ତି ଭଙ୍ଗ ହୋଇଛି। ତା ସହିତ ପ୍ରଭାବ ପଡ଼ିଛି ସାରା ବିଶ୍ୱ ଉପରେ। ମୁହାଁ ମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ୍। ଉଭୟ ଦେଶ ପରସ୍ପର ସହ ଲଢ଼ିବା ଆରମ୍ଭ କରି ଦେଲେଣି । ୟୁକ୍ରେନକୁ ତିନିପଟୁ ଘେରି ସାରିଲାଣି ଋଷ । ମିଜାଇଲ୍ ପରେ ଋଷ ସୈନ୍ୟ ୟୁକ୍ରେନରେ ପଶି ଟ୍ୟାଙ୍କରୁ ଆକ୍ରମଣ କରୁଛନ୍ତି। ଏହି ମିଶାଇଲ ମାଡ଼ରେ ରୁଷ୍‌ ଅଧିକୃତ ଶେଲିଂରେ ୟୁକ୍ରେନର ୭ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ରୁଷ ସେନାର ଆକ୍ରମଣରେ ୟୁକ୍ରେନର ସୈନ୍ୟ ଆଡ୍ଡା, ଏୟାରପୋର୍ଟ ଇତ୍ୟାଦି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି।

ରୁଷୀୟ ସେନା ୟୁକ୍ରେନର ପୂର୍ବ ପ୍ରାନ୍ତର ଅନେକ ଗ୍ରାମକୁ ନିଜ ଅକ୍ତିଆରକୁ ନେଇଛି। ରୁଷ୍‌ -ୟୁକ୍ରେନ ଯୁଦ୍ଧ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ଭାରତ ଓ ଋଷର ସମ୍ପର୍କ ଅତି ଭଲ, ତେଣୁ ଏହି ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ । ତେଣୁ ଭାରତର ପ୍ରଧାନମନ୍ତ୍ରୀ ତୁରନ୍ତ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରଦୂତ ।

ଯଦି ସାମରିକ କଥା କହିବା ତେବେ ୟୁକ୍ରେନ ପାଖରେ ୧୧ ଲକ୍ଷ ସୈନ୍ୟ ଥିଲା ବେଳେ ରୁଷିଆ ପାଖରେ ୨୯ ଲକ୍ଷ ସୈନ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୟୁକ୍ରେନର ଦୁଇ ଲକ୍ଷ ସକ୍ରିୟ ସୈନ୍ୟ ରହିଥିବା ବେଳେ ୯ ଲକ୍ଷ ସକ୍ରିୟ ସୈନ୍ୟ ରୁଷ ନିକଟରେ ଅଛନ୍ତି । ସେହିପରି ୟୁକ୍ରେନର ୯ ଲକ୍ଷ ସୈନ୍ୟ ସରଂକ୍ଷିତ ଥିବା ସହ ୨୦ ଲକ୍ଷ ରୁଷ ର ସରଂକ୍ଷିତ ଅଛନ୍ତି ।ଏୟାରକ୍ରାଫ୍ଟ ମାମଲାରେ ରୁଷ ପାଖରେ ୧୫୧୧ ଥିବା ବେଳେ ୟୁକ୍ରେନ ପାଖରେ ୯୮ ରହିଛି । ୩୪ଟି ଯୁଦ୍ଧ ହେଲିକପଟର ୟୁକ୍ରେନ ର ରହିଛି ଏବଂ ୫୪୪ଟି ଅଛି ରୁଷ ପାଖରେ । ୧୨୨୪୦ ଟ୍ୟାଙ୍କ ରୁଷ ପାଖରେ ଥିବାବେଳେ ୟୁକ୍ରେନ ର ମାତ୍ର ୨୫୯୬ ରହିଛି । ଆଉ ୧୨୩୦୩ ଯୁଦ୍ଧ ଗାଡି ୟୁକ୍ରେନ ର ଥିବାବେଳେ ୩୦୧୨୨ ଯୁଦ୍ଧ ଗାଡି ରୁଷିଆ ର ରହିଛି ।ଶେଷରେ କ୍ଷେପଣାସ୍ତ୍ର ନିକ୍ଷେପକ ୨୦୪୦ ଟି ୟୁକ୍ରେନ ର ଥିବାବେଳେ ୭୫୭୧ ଟି ରୁଷ ର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking