28.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସୁନା କହି ତମ୍ବା କଏନ୍ ଦେଇ ଭଣ୍ଡେଇ ଦେଲେ ପ୍ରାର୍ଥୀ, ମତ ଦାନ ପରେ ଏବେ...

ସୁନା କହି ତମ୍ବା କଏନ୍ ଦେଇ ଭଣ୍ଡେଇ ଦେଲେ ପ୍ରାର୍ଥୀ, ମତ ଦାନ ପରେ ଏବେ ପସ୍ତାଉଛନ୍ତି ଭୋଟର

ତାମିଲିନାଡୁ : ଆରମ୍ଭ ହୋଇଛି ନିର୍ବାଚନ ଋତୁ । ଗାଁଠୁ ସହର ଯାଏଁ ଯୁଆଡ଼େ ଦେଖ ନେତାଙ୍କ ପୋଷ୍ଟର, ହୋଡିଂ ମାଳ ମାଳ । ଏଥିସହ ପ୍ରଚାର ଗୀତ ଓ ଡିଜେରେ ବି ଗାଁ ଫାଟି ପଡ଼ୁଛି । ପ୍ରାର୍ଥୀମାନେ ଭୋଟରଙ୍କୁ ଲୋଭାଇବାକୁ ବିଭିନ୍ନ ପ୍ରକାରର ଚେଷ୍ଟା କରୁଛନ୍ତି । କିଏ ଗାଁରେ ଭୋଜି ଦେଉଛି ତ ଆଉ କିଏ ଲୋକଙ୍କୁ ଟଙ୍କା ପଇସାର ଲାଳସା ଦେଖାଇ ଭୋଟ୍ ହାତେଇବାକୁ ଚେଷ୍ଟା ଜାରି ରଖିଛି । ଇତି ମଧ୍ୟରେ ତାମିଲନାଡ଼ୁରୁ ଏକ ମଜାଦାର ଖବର ସାମ୍ନାକୁ ଆସିଛି । ତାମିଲନାଡ଼ୁରେ ଜଣେ ଆଶାୟୀ ପ୍ରାର୍ଥୀ ଭୋଟରଙ୍କୁ ଲୋଭାଇବାକୁ ନକଲି ସୁନା କଏନ୍ ବାଣ୍ଟିଛନ୍ତି । ଅମ୍ବୁରର ଜଣେ ନିର୍ଦ୍ଦଳୀୟ ଆଶାୟୀ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ସୁନାର କଏନ୍ ବାଣ୍ଟିଛନ୍ତି । କିନ୍ତୁ ମତଦାତା ଏହି କଏନ୍‌ର ସତ୍ୟତା ଜାଣିବା ପରେ ହତବାକ୍ ହୋଇଯାଇଛନ୍ତି । ମତଦାତାଙ୍କ କହିବାନୁସାରେ,ଅମ୍ବରର ୩୬ ନମ୍ବର ୱାର୍ଡରୁ ମଣିମେଗାଲାଇ ଦୁରଇପଣ୍ଡି ନିର୍ବାଚନ ଲଢ଼ୁଛନ୍ତି । ସେ ଫେବ୍ରୁଆରୀ ୧୮ ତାରିଖ ରାତିରେ ସ୍ୱାମୀଙ୍କ ସହ ଯାଇ ମତଦାତାଙ୍କୁ ଉପହାର ସ୍ୱରୂପ ସୁନାର କଏନ୍ ଦେଇଥିଲେ ଓ ନଡ଼ିଆ ଗଛ ଚିହ୍ନରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । ସେ ଏହି ସୁନା କଏନ୍‌କୁ ଭୋଟ୍ ପୂର୍ବରୁ ବିକିବାକୁ କିମ୍ବା ବନ୍ଧା ପକାଇବାକୁ ମନା କରିଥିଲେ । ତାଙ୍କୁ କହିଥିଲେ ଯେ ଏମିତି ହେଲେ ସୁନା କଏନ୍‌କୁ ନିର୍ବାଚନ କମିଶନ ଜବତ କରିବେ । ଏଣୁ ମତ ଦାତା ଏହାକୁ ଚୁପ୍‌ଚାପ ଲୁଚାଇ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ରବିବାର କିଛି ମତ ଦାତା ଏହି ସୁନା କଏନ୍‌ଙ୍କୁ ବନ୍ଧା ରଖିବାକୁ ଗଲା ବେଳେ ଜାଣିବାକୁ ପାଇଥିଲେ ଯେ ଏହା ସୁନା ନୁହେଁ, ବରଂ ତମ୍ବା କଏନ୍ । ମଣିମେଗାଲାଇ ଏହା ଉପରେ ସୁନା ପାଣି ଦେଇ ଲୋକଙ୍କୁ ବୋକା ବନାଇଛନ୍ତି । ଅନ୍ୟପଟେ କଏନ୍ ପାଇଥିବା ଜଣେ ମହିଳା କହିଛନ୍ତି, ମଣିମେଗାଲାଇ ତାଙ୍କୁ କହିଥିଲେ ସେ ୨୦ ଲକ୍ଷ ଟଙ୍କାରେ ତାଙ୍କ ଘର ବନ୍ଧା ପକାଇ ଏହି ସୁନା କଏନ୍ କିଣିଛନ୍ତି ଓ ଭୋଟ୍ ଭିକ୍ଷା କରିଥିଲେ । ଏଣୁ ଲୋକମାନେ ତାଙ୍କୁ ଦୟା ଦେଖାଇ ଭୋଟ୍ ଦେଇଥିଲେ । କିନ୍ତୁ ଏବେ ସତ ଜାଣିବା ପରେ ସେମାନେ ପସ୍ତାଉଛନ୍ତି । ତେବେ ଏ ନେଇ କେହି ପୋଲିସରେ ଅଭିଯୋଗ କରିନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking