ନୀଳଗିର: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ୨ନମ୍ବର ଜିଲ୍ଲାପରିଷଦ ଜୋନ୍ରେ ରବିବାର ଜଣେ ୱେବ୍ମିଡିଆ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ପରେ ସାମ୍ବାଦିକମାନେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ୨ନଂ. ଜୋନ୍ରେ ଗତ ରବିବାର ଫୋକସ୍ ପ୍ଲସ୍ ୱେବ୍ମିଡିଆର ସାମ୍ବାଦିକ ଲେଲିନ କୁମାର ଦେ କାନପୁରସ୍ଥିତ ନିଜ ଘରେ ଥିବା ସମୟରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କର ଏକ ପ୍ରଚାର ଗାଡ଼ି ରାତ୍ରି ୭ଟା ପରେ ପ୍ରଚାର କରୁଥିବା ଦେଖିଥିଲେ ।
ଏହାର ଚିତ୍ରକୁ ସେ ନିଜ ମୋବାଇଲ୍ରେ ଉତ୍ତୋଳନ କରୁଥିବା ବେଳେ ପ୍ରଚାର ଗାଡ଼ି ପଛରେ ଥିବା ୨/୩ଟି ବାଇକ୍ରେ କାଣ୍ଡଗରଡ଼ି ପଞ୍ଚାୟତ ବିଜେଡି ସମର୍ôଥତ ସରପଞ୍ଚ ପ୍ରାର୍ଥୀ ଭାସ୍କର ବେହେରା ଓରଫ ଭାସୁ, ଏବର ୨ନଂ. ଜିଲ୍ଲାପରିଷଦ ପ୍ରାର୍ôଥନୀ ଶ୍ରଦ୍ଧାଞ୍ଜଳି ଜେନାଙ୍କ ପୁଅ ସୌମ୍ୟରଞ୍ଜନ ଜେନା, ଅଜୟ ମହାଳିକ, ସୁଜି ଜେନା, ସନ୍ତୋଷ ବ୍ରହ୍ମ, ପ୍ରମୁଖ ପହଞ୍ଚି ସାମ୍ବାଦିକ ଲେଲିନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ତଳେ ପକାଇ ଆକ୍ରମଣ କରିଥିଲେ । ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ସାମ୍ବାଦିକ ଜଣକ ଦୁର୍ବୃତ୍ତଙ୍କ କବଳରୁ ଖସି ଘରକୁ ଯାଇଥିଲେ ।
ପରେ ଯୁବନେତା ସବ୍ୟସାଚୀ ମହାପାତ୍ର ଖବର ପାଇ ତାଙ୍କୁ ନୀଳଗିରିକୁ ଆଣିଥିଲେ। ସାମ୍ବାଦିକ ଜଣକ ନୀଳଗିରି ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୋମବାର ଏସ୍ଆଇ ବାସୁଦେବ ଜୟସିଂଙ୍କ ନେତୃତ୍ୱରେ ନୀଳଗିରି ପୁଲିସ ଘଟଣାର ଅନୁସନ୍ଧାନ ପାଇଁ ଯାଇ ୨ଜଣକୁ ଭ୍ୟାନ୍ରେ ନୀଳଗିରି ଆଣୁଥିବା ବେଳେ ଖବର ପାଇ ସମର୍ôଥତ ବହୁ ଲୋକ ପୁଲିସ ଭ୍ୟାନକୁ ଅଟକ ରଖି ଜୋର ଜବରଦସ୍ତ ୨ଜଣକୁ ଛଡ଼ାଇ ନେଇଥିଲେ ।
ତେବେ ପୁଲିସ କବ୍ଜାରୁ ଛଡ଼ାଇ ନେଇଥିବା ବ୍ୟକ୍ତିଙ୍କୁ କିଏ ଆଉ କାହା ଇଙ୍ଗିତରେ ଖସାଇ ଦିଆଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୀଳଗିରିର ବହୁ ବୁଦ୍ଧିଜୀବୀ ଏଭଳି ଘଟଣାକୁ ନିନ୍ଦା କରିବା ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏଭଳି ଘଟଣାରେ ପୁଲିସକୁ ଦାୟୀ କରିଛନ୍ତି ଓ ଚାକିରି ଛାଡ଼ି ଶାସକ ଦଳର ପ୍ରଚାରକ ହୁଅନ୍ତୁ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ସାମ୍ବାଦିକଙ୍କୁ ମାଡ଼ ଘଟଣା ଖବର ପାଇ ଉକ୍ତ ୱେବ୍ ଚ୍ୟାନେଲର ସଂପାଦକ ସୁଧାଂଶୁଶେଖର ରାଉତ ନୀଳଗିରିରେ ପହଞ୍ଚି ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ନୀଳଗିରି ଥାନା ସମ୍ମୁଖରେ ଧାରଣାରେ ବସିଥିବା ସୂଚନା ମିଳିଛି ।