28.1 C
Bhubaneswar
Monday, November 18, 2024
Homeଓଡିଶାଭୋଟ୍ ବିଭ୍ରାଟ: ଆସନ୍ତାକାଲି ୪୫ ବୁଥ୍‌ରେ ସାନି ମତଦାନ

ଭୋଟ୍ ବିଭ୍ରାଟ: ଆସନ୍ତାକାଲି ୪୫ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର: ପଞ୍ଚାୟତ ଭୋଟର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ୩୦ଟି ସ୍ଥାନରେ ବିଭିନ୍ନ କାରଣରୁ ବିଭ୍ରାଟ ହୋଇଥିଲା । ଏହି ସବୁ ବୁଥ୍‌ରେ ସାନି ମତଦାନ ହେବ । ଆସନ୍ତା ୨୫ ତାରିଖରେ ଏହି ସବୁ ବୁଥ୍‌ରେ ପୁଣି ଥରେ ଭୋଟ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ । ସେହିପରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗଡବଡ୍ ହୋଇଥିବା ୪୫ଟି ବୁଥ୍‌ରେ ଆସନ୍ତାକାଲି ସାନି ମତଦାନ ହେବ । ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଅଧିକାଂଶ ସ୍ଥାନରେ ସୁରୁଖୁରୁରେ ଭୋଟ ଚାଲିଛି । କୌଣସି ଜାଗାରେ କିଛି ଗଣ୍ଡଗୋଳ ହେବାର ଖବର ଆସିନି । ତେବେ ବାଲଟ ପେପର ତ୍ରୁଟି ଯୋଗୁଁ ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଭୋଟ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରାପଡ଼ାରେ ଗୋଟିଏ ଜାଗାରେ ସରପଞ୍ଚ ପଦବୀ ପାଇଁ ଭୋଟ ବନ୍ଦ ରହିଛି । ଯାଜପୁରରେ ଗୋଟିଏ ୱାର୍ଡମେମ୍ବର ପାଇଁ ମତଦାନ ସ୍ଥଗିତ ରହିଛି । ଏହି ସବୁ ସ୍ଥାନରେ ମଧ୍ୟ ସାନି ମତଦାନ ହେବ । ଆଜି ସକାଳ ୭ରୁ ଆରମ୍ଭ ହୋଇଥିଲା ମତଦାନ । ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଥିଲେ । ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହୋଇଥିଲା ଭୋଟ୍ । ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ ଏଥର ମୈଦାନରେ ଅଛନ୍ତି ୬୬୭ ଜିଲ୍ଲା ପରିଷଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking