17.1 C
Bhubaneswar
Monday, November 25, 2024
Homeଓଡିଶାକୋର୍ଟରେ ହାଜର ହୋଇ ଟଙ୍କା ନେଲେ ତପସ୍ୱିନୀ : ‘ମୋତେ ଟଙ୍କା ନୁହେଁ, ସ୍ୱାମୀ ସୁମିତ୍...

କୋର୍ଟରେ ହାଜର ହୋଇ ଟଙ୍କା ନେଲେ ତପସ୍ୱିନୀ : ‘ମୋତେ ଟଙ୍କା ନୁହେଁ, ସ୍ୱାମୀ ସୁମିତ୍ ଲୋଡ଼ା’

ବ୍ରହ୍ମପୁର:  ସ୍ୱାମୀ ଡା. ସୁମିତ୍ କୁମାର ସାହୁ କୋର୍ଟରେ ଦେଇଥିବା ଭରଣପୋଷଣ ଟଙ୍କା ଆଜି ତପସ୍ୱିନୀ ଦାସ କୋର୍ଟରୁ ଗ୍ରରଣ କରିଛନ୍ତି। ତାଙ୍କ ଶରୀର ଅସୁସ୍ଥତା କାରଣଙ୍କୁ ସେ ଏହି ଟଙ୍କା କୋର୍ଟକୁ ଆସି ନେଇନଥିଲେ । ଆଜି ଏସ୍‌ଡିଜେଏମ୍ ଦାୟିତ୍ୱରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଂଶୁମାନ ଦାସଙ୍କ କୋର୍ଟରୁ ୧୭ ହଜାରର ଟଙ୍କାର ଡିମାଣ୍ଡ ଡ୍ରାପ୍ଟ (ଡିଡି)କୁ ଗ୍ରହଣ କରିଛନ୍ତି ଏବଂ ଏହି ଟଙ୍କାରେ ମୋର କୌଣସି ଆଶା ନାହିଁ । ମୁଁ କେବଳ ମୋର ସ୍ୱାମୀଙ୍କୁ ହିଁ ଚାହେଁ ବୋଲି ତପସ୍ୱିନୀ କହିଛନ୍ତି । ଏହା ସହ ସୁମିତ୍‌ଙ୍କ ଠାରୁ ପାଇଥିବା ଏହି ଡିଡିଙ୍କୁ ସାଇତି ରଖିବି ବୋଲି ସେ କହିଛନ୍ତି । ତାଙ୍କ ଠାରୁ ଟଙ୍କା ଆଣିବା ମୁଁ ଇଚ୍ଛା କରୁନି ଏହା କେବଳ ଗୋଟିଏ ଆଇନଗତ ପ୍ରକ୍ରିୟା, ଉଭୟ ପୁଣି ମିଳିମିଶି ସଂସାର ଗଢ଼ିବୁ ବୋଲି ତପସ୍ୱିନୀ କହିଥିଲେ ।

ସୂଚନାଯୋଗ୍ୟ ଯେ ତପସ୍ୱିନୀ ଦାସ ଶ୍ୱଶୁର ଘରେ ପ୍ରବେଶ ମାମଲାର ଗତ ଜାନୁୟାରୀ ୪ ତାରିଖରେ ଜିଲ୍ଲା କୋର୍ଟ ଶୁଣାଣି କରିଥିଲେ । ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଘରେ ଅର୍ଥାତ୍ ବ୍ରହ୍ମପୁର ବ୍ରହ୍ମନଗର ସ୍ଥିତ ପ୍ରମୋଦ ସାହୁଙ୍କ ଘରେ ରହିବା ନିମନ୍ତେ ଅନୁମତି ଦେଇଛନ୍ତି । ଏହା ସହ ତପସ୍ୱିନୀଙ୍କ ଭରଣ ପୋଷଣ ନିମନ୍ତେ ତାଙ୍କ ସ୍ୱାମୀ ଡା. ସୁମିତ କୁମାର ସାହୁଙ୍କୁ ପ୍ରତ୍ୟେକ ମାସ ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ତଳ କୋର୍ଟଙ୍କା ରାୟ ବିରୋଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ୨ ତାରିଖରେ ଏହି ମାମଲାର ଶୁଣାଣି କରି କୋର୍ଟ ତଳ କୋର୍ଟର ରାୟକୁ କାୟେମ ରଖିଥିଲେ । କୋର୍ଟା ନିର୍ଦ୍ଦେଶ ପରେ ଡା. ସୁମିତ୍ କୁମାର ସାହୁ ଚଳିତ ମାସ ୧୦ ତାରିଖରେ ସନ୍ଧ୍ୟୋ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ତାଙ୍କ ଓକିଲଙ୍କ ଜରିଆରେ ୧୭ ହଜାର ଟଙ୍କାର ଡିମାଣ୍ଡ ଡ୍ରାପ୍ଟ (ଡିଡି) ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking