18.1 C
Bhubaneswar
Saturday, November 23, 2024
Homeଅପରାଧ୧୧ ବର୍ଷର ନାବାଳକ ୟୁଟ୍ୟୁବ୍ ହ୍ୟାକିଂ ଶିଖି ବାପାଙ୍କ ସହ କଲା କିଛି ଏପରି କାମ

୧୧ ବର୍ଷର ନାବାଳକ ୟୁଟ୍ୟୁବ୍ ହ୍ୟାକିଂ ଶିଖି ବାପାଙ୍କ ସହ କଲା କିଛି ଏପରି କାମ

ନୂଆଦିଲ୍ଲୀ: ପଞ୍ଚମ ଶ୍ରେଣୀରେ ପାଠପଢ଼ୁଥିବା ଜଣେ ଛୋଟ ପିଲା ୟୁଟୁବରୁ ହ୍ୟାକିଂ ଶିଖି ନିଜର ବାପାଙ୍କୁ ଫସାଇ ଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗତ ସପ୍ତାହରେ ଉତ୍ତରପ୍ରଦେଶର ଗାଜିଆବାଦର ଜଣେ ବ୍ୟକ୍ତି ଜାନୁଆରି ୧ରେ ହ୍ୟାକିଂର ଶିକାର ହୋଇଥିବା ବେଳେ ଥାନାରେ ଦ୍ବାରସ୍ଥ ହୋଇଥିଲେ। ହ୍ୟାକର ତାଙ୍କ ପରିବାର ଉପରେ ନଜର ରଖୁଥିବା ନେଇ ବ୍ୟକ୍ତିଜଣଙ୍କ ଅଭିଯୋଗ କରିଥିଲେ। ଏହା ସହ ହ୍ୟାକର ତାଙ୍କର ଇମେଲ୍‌ ଆଇଡି ଓ ପାସଓ୍ବାର୍ଡ ହ୍ୟାକ୍‌ କରି ତାଙ୍କ ପାସୱାର୍ଡ ବଦଳାଇ ଦେଇଥିବା ବି ସେ ପୁଲିସରେ ଅଭିଯୋଗ କରିଥିଲେ।

କେବଳ ଏତିକି ନୁହେଁ, ହ୍ୟାକର ଧମକପୂର୍ଣ୍ଣ ଇମେଲ୍‌ ପଠାଉଥିବା ବି ପୀଡିତ କହିଥିଲେ। ଏଥିସହ ୧୦ କୋଟି ଟଙ୍କା ନ ଦେଲେ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ବି ଇମେଲ୍‌ ମାଧ୍ୟମରେ ଧମକ ଆସୁଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ।। ଏହା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ଏହି ଘଟଣାକୁ ‌କେନ୍ଦ୍ର କରି ଯାଞ୍ଚ କରି ଜାଣିବାକୁ ପାଇଥିଲା କି, ଯେଉଁ ଆଇପି ଆଡ୍ରେସରେ ଇମେଲ ପଠା ଯାଇଥିଲା, ତାହା ପୀଡିତଙ୍କ ଘରୁ ହିଁ ପଠାଯାଇଥିଲା। ଏହାପରେ ପୁଲିସ ପୀଡିତଙ୍କ ପୁଅକୁ ଏ ସମ୍ପର୍କରେ ପଚରାଉଚରା କରିଥିଲା। ଏଥିରେ ଅଭିଯୋଗକାରୀଙ୍କ ୧୧ ବର୍ଷୀୟ ପୁଅ ଏପରି କରିଥିବା ସ୍ବୀକାର କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking