ସମ୍ବଲପୁର : ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ ହତ୍ଯା । କିନ୍ନରକୁ ହତ୍ଯା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବାବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ହତ୍ଯା କରିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ଯାର କାରଣ ଅସ୍ପଷ୍ଟ ରହିଛି |