21.1 C
Bhubaneswar
Saturday, November 16, 2024
Homeଓଡିଶାଭୁବନେଶ୍ୱର ବ୍ଲକର ୨ଟି ସ୍ଥାନରେ ରାଜ୍ୟ ସଭାପତିଙ୍କ ପଂଚାୟତ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର ବ୍ଲକର ୨ଟି ସ୍ଥାନରେ ରାଜ୍ୟ ସଭାପତିଙ୍କ ପଂଚାୟତ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର ବ୍ଲକର ୨ଟି ସ୍ଥାନରେ ରାଜ୍ୟ ସଭାପତିଙ୍କ ପଂଚାୟତ ନିର୍ବାଚନୀ ପ୍ରଚାର
ହିଂସା ଶାସକ ବିଜେଡିର ମୁଖ୍ୟ ଅସ୍ତ୍ର ସାଜିଛି: ସମୀର ମହାନ୍ତିି
 ୨୯ ନମ୍ବର ଜୋନ ପ୍ରାର୍ଥୀ ସୁଜିତ୍ ବଳବନ୍ତରାୟ ଏବଂ ୩୦ ନମ୍ବର ଜୋନ ପ୍ରାର୍ଥୀ ସୁସ୍ମିତା ପତିଙ୍କ ସପକ୍ଷରେ ଭୋଟ ପ୍ରଚାର
 ରାଜଧାନୀ ଭୁବନେଶ୍ୱର ଉପକଂଠରେ ଥିବା ଗ୍ରାମାଂଚଳରେ ଆଜି ମଧ୍ୟ ସଠିକ ବିକାଶ ହୋଇପାରିଲା ନାହିଁ
 ଦୁର୍ନୀତିମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଜରିଆରେ ଲୋକଙ୍କୁ ସେବା ଏବଂ ସୁଶାସନ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ
ଭୂବନେଶ୍ୱର : ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିଜୁଳି ଖୁଂଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ । ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ଉପରେ ପାଣି ଜମା ରହୁଛି । ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଥିବାରୁ ଗ୍ରାମାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟର ଗ୍ରାମାଂଚଳର ତ୍ୱରାନ୍ୱିତ ବିକାଶ ଓ ଭିତିଭୁମିକୁ ଆହୁରି ଅଧିକ ସୁଦୃଢ କରାଯିବାର ମୁଳ ଉଦ୍ଦେଶ୍ୟ ରଖି ମୋଦି ସରକାର ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଜରିଆରେ ପଂଚାୟତକୁ ସିଧାସଳଖ ଟଙ୍କା ଦେଲେ । ଜନସଂଖ୍ୟା ଆଧାରରେ ୨୦୧୪ ମସିହାରୁ ପ୍ରତି ବର୍ଷ ପଂଚାୟତକୁ ୪୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦିଆଗଲା । ମାତ୍ର ଦୁର୍ଭାଗ୍ୟର ବିଷୟ, ବର୍ତମାନ ସୁଦ୍ଧା ରାଜ୍ୟର ଅଧିକାଂଶ ଗ୍ରାମାଂଚଳରେ ବିକାଶ ପହଂଚି ପାରିନାହିଁ । ରାଜଧାନୀ ଭୁବନେଶ୍ୱର ଉପକଂଠରେ ଥିବା ଗ୍ରାମାଂଚଳରେ ଆଜି ମଧ୍ୟ ସଠିକ ବିକାଶ ହୋଇପାରିଲା ନାହିଁ । ଶାସକ ବିଜେଡିର ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ରାଜ୍ୟର ଗ୍ରାମାଂଚଳରେ ସଠିକ ବିକାଶ ହୋଇପାରିଲା ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱର ବ୍ଲକ ଜୋନ-୨୯ର ନଁପୁଟ ଗ୍ରାମ ପଂଚାୟତର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଏବଂ ଜୋନ-୩୦ର ବରିମୁଣ୍ଡ ପଂଚାୟତର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥିନୀ ସୁସ୍ମିତା ପତିଙ୍କ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ରାଜ୍ୟରେ ରାଜନୈତିକ ପରିବର୍ତନର ହାୱାକୁ ଉପଲବ୍ଧ କରି ଶାସକ ବିଜେଡି ବର୍ତମାନ ସରକାରୀ କଳ, ବଳ ଓ ଅର୍ଥର ଅପବ୍ୟବହାର କରିବା ସହିତ ବିରୋଧୀମାନଙ୍କୁ ପୋଲିସ ଓ ପ୍ରଶାସନ ସହାୟତାରେ ଭୟଭୀତ କରିବାର ଅପପ୍ରୟାସ ଆରମ୍ଭ କରିଦେଇଛି । ହିଂସା ଶାସକ ବିଜେଡିର ମୁଖ୍ୟ ଅସ୍ତ୍ର ସାଜିଛି । ଦୁର୍ନୀତିମୁକ୍ତ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ଜରିଆରେ ଲୋକଙ୍କୁ ସେବା ଏବଂ ସୁଶାସନ ଦେବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking