କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଥିବା ସୂଚନା ମିକିଛି । ସୂଚନାଯୋଗ୍ୟ ଗୁରୁପଡା ଗାଁ ର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ର ବୁଧବାର ପ୍ରାୟ ୧୨ ଟା ଆମୟରେ କୌଣସି କାରଣ ବଶତଃ ତାର ମା ମାଳତୀ ମିଶ୍ରଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସବପୁଅ ଅଶ୍ୱିନୀ ଏକ ଧାରୁଆ ଟାଙ୍ଗିଆରେ ହାଣି ପକେଇଥିଲା ।
ଏହାପରେ ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣା ପଡିଛି । ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ପାହାନ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାକୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ଦିଆଯାଇଛି ।