20.1 C
Bhubaneswar
Monday, November 18, 2024
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:  ୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି, ଆଉ ୧୯ ଜିଲ୍ଲାକୁ ଯିବେ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:  ୧୧ ଜିଲ୍ଲାକୁ ଗଲେ ପୋଲିଂ ପାର୍ଟି, ଆଉ ୧୯ ଜିଲ୍ଲାକୁ ଯିବେ

ଭୁବନେଶ୍ୱର: ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୁଧବାର ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ  ସୋମବାର ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଛି । କେବଳ ମତଦାନ ହିଁ ବାକି ରହିଛି । ରାଜ୍ୟର ୩୦ ଜିଲ୍ଲାରୁ ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଆଜି ଯାଇଥିଲାବେଳେ ଆଉ ୧୯ ଜିଲ୍ଲାକୁ ମଙ୍ଗଳବାର ସୁଦ୍ଧା ଯିବେ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍‌ୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପର୍ଯ୍ୟାୟରେ ୨୦୨ ଜିଲ୍ଲାପରିଷଦ, ୧୬୬୯ ସରପଞ୍ଚ, ୨୨୩୭୯ ୱାର୍ଡ ସଭ୍ୟ ପାଇଁ ହେବ ଭୋଟ୍ । ମୋଟ୍ ୬୭ ଲକ୍ଷ ୫୧ ହଜାର ୬୮ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

ରାଜ୍ୟ ନିର୍ବାଚନ ଆୟୋଗ(ଏସ୍‌ଇସି) ପକ୍ଷରୁ ଭୋଟର୍‌ଙ୍କ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି । ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଦିଗରେ ବି ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବୈଧ ଭୋଟ୍ ନେଇ ଏସ୍‌ଇସି ଅଧିକ ଚିନ୍ତା ପ୍ରକଟ କରିଛନ୍ତି । ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇ ଏନେଇ ସତର୍କ ରହିବାକୁ କୁହାଯାଇଛି । ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ସେହି ଭୋଟ୍‌କୁ ଅବୈଧ ଗ୍ରହଣ କରାଯିବ । ତାହା ନିର୍ବାଚନ ଆଇନ ଅନୁସାରେ ‘ନାକଚ’ ଘୋଷଣା  ହେବ । ‘ଫେକ୍ ଭୋଟର’ଙ୍କ ପ୍ରତି ମଧ୍ୟ ସତର୍କ ରହିବାକୁ ପଡ଼ିବ । ଜିଲ୍ଲାପାଳମ।।ନେ ଭୋଟ୍‌ଦାନ ପୂର୍ବରୁ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ଏସବୁ ବିଷୟରେ ଅବଗତ କରିବାକୁ ଚିଠିରେ ଦର୍ଶାଯାଇଛି ।

ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଅର୍ଥାତ ୧୪ ସନ୍ଧ୍ୟା ୭ଟା ସୁଦ୍ଧା ନେତାମାନଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଦ୍ୱିତୀୟରେ ଭୋଟ୍ ହେବାର ୩୬ ଘଣ୍ଟା ପୂର୍ବରୁ ଲାଉଡ୍ ସ୍ପିକର ବନ୍ଦ୍ ରହିବ । ଏହି ଅବଧି ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ସଂପର୍କୀୟ କୌଣସି ପ୍ରକାର ପ୍ରଚାର କଲେ ଦଣ୍ଡନୀୟ । ଏଥିରେ ଉଲ୍ଲଙ୍ଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ, ଡିସିପି,ଏସ୍‌ପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନୀ ମଇଦାନ୍‌ରେ ପ୍ରଚାରର ଶେଷ ଦିନ ଥିବାରୁ ସବୁ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ହୋଇଥିଲା ।

ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘରକୁ ଘର ଯାଇ ଲୋକଙ୍କୁ ଭେଟି ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପାଇଁ ସବୈତନିକ ଛୁଟି ଘୋଷଣା ହୋଇଛି । ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଉଭୟ ସରକାରୀ ଓ ଘରୋଇ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ ହୋଇଛି । ଭୋଟ୍ ପାଇଁ କର୍ମଚାରୀ ଛୁଟି ମାଗିଲେ ସଂପୃକ୍ତ ସଂସ୍ଥା ଛୁଟି ଦେବାକୁ ବାଧ୍ୟତାମୂଳକ । ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଶ୍ରମ ବିଭାଗ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking