19.1 C
Bhubaneswar
Monday, November 18, 2024
Homeଓଡିଶାନିର୍ବାଚନୀ ହିଂସା : ଭୋଜି ନଖାଇବାରୁ ପରିବାରକୁ ଆକ୍ରମଣ, ୩ ଆହତ

ନିର୍ବାଚନୀ ହିଂସା : ଭୋଜି ନଖାଇବାରୁ ପରିବାରକୁ ଆକ୍ରମଣ, ୩ ଆହତ

ଆଳି: ନିର୍ବାଚନ ପାଇଁ ଗାଁ ଗାଁ ରେ ନିର୍ବାଚନୀ ଉଷ୍ମତା ଦେଖା ଦେଇଥିବାବେଳେ ରବିବାର ବିଳମ୍ବିତ ରାତିରେ ମାଣିକପାଟଣା ପଞ୍ଚାୟତରେ ଏକ ନିରୀହ ପରିବାରକୁ ଭୋଜି ନଖାଇବାକୁ ଆସିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ପରିବାରର ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଆଳି ଥାନାରେ ଗ୍ରାମର ସଞ୍ଜୟ ଦାସ କରିଥିବା ଅଭିଯୋଗ ଅନୁଯାୟୀ, ଗତ ରବିବାର ରାତିରେ ତାଙ୍କ ପରିବାର ଲୋକ ଖାଇପିଇ ଶୋଇବାକୁ ଯାଉଥିବାବେଳେ ଗ୍ରାମର ଚିନ୍ମୟ ତରାଇ ତାଙ୍କ ପୁତୁରାକୁ ଭୋଜି ଖାଇବାକୁ ଡାକିଥିଲେ । ସେ ଏତେ ରାତିରେ ଭୋଜି ଖାଇବାକୁ ଯିବେନାହଁ ବୋଲି ମନା କରିଥିଲେ ।

ଚିନ୍ମୟ ଜିଦି ଧରି ସେ ଯିବ କହି ସେଠାରେ କିଛି ସମୟ ଧରି ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ । ପରେ ସେ ସେଠାରୁ ପଳାଇଯାଇ କିଛି ସମୟ ପରେ ଚିନ୍ମୟ ତରାଇ, ପପି ତରାଇ, ବାପି ତରାଇ, ନିରଞ୍ଜନ ତରାଇ, ପ୍ରତାପ ଜେନା, ସୁଧାଂଶୁ ଜେନା, ହିମାଂଶୁ ଜେନାଙ୍କ ସମେତ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ ଘର ବାହାରେ ପହଞ୍ଚିଥିଲେ । ପରେ ମାରଣାସ୍ତ୍ରରେ ଘର କବାଟ ଝରକା ତାଡ଼଼ି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଘରର ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ମା’ଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ ।

ଆକ୍ରମଣରେ ସେ ଓ ତାଙ୍କ ଦୁଇ ଭାଇ ଗୁରୁତର ହୋଇ ଆଳି ମେଡିକାଲରେ ଚିକିତ୍ସିତ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି । ରାଜନୈତିକ ଆକ୍ରୋଶରୁ ସେମାନେ ତାଙ୍କ ପରିବାରକୁ ଆକ୍ରମଣ କରିଛନ୍ତି । ଅପରପକ୍ଷରେ ମନୋରଞ୍ଜନ ତରାଇ ଅଭିଯୋଗ କରିଛନ୍ତି ଯେ, ସେ ଗତ ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ରାସ୍ତାରେ ରାଜୀବ ଦାସଙ୍କ ସମେତ ଅନ୍ୟମାନେ ଆକ୍ରମଣ କରିଛନ୍ତି । ଉଭୟ ଗୋଷ୍ଠୀ ପକ୍ଷରୁ ଆଳି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସଲିଲ ପ୍ରଧାନ ସୂଚନା ଦେଇଛନ୍ତି । ଆଳି ପୁଲିସ କେସ୍ ନଂ ୪୬/୨୨ ଓ ୪୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking