ନବରଙ୍ଗପୁର: ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇବା ସହ ଶାରୀରିକ ସଂପର୍କ ରଖି ପୁଣି ଆଉ ଜଣେ ଯୁବତୀକୁ ବିବାହ କରି ଚର୍ଚ୍ଚାରେ ରହିଥିବା ଜଣେ ଯୁବକକୁ ଡାବୁଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ବହୁ କୌଶଳ ଅବଲମ୍ବନ କରି ଖସି ଯିବାକୁ ଚେଷ୍ଟା କରିଥିଲେ ପୋଲିସ ଆଖିରୁ ଖସି ଯାଇପାରି ନାହିଁ । ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ପାତ୍ରଗୁଡ଼ା ଗ୍ରାମର ଅନନ୍ତ କୁମାର ମୁକୁନ୍ଦ (୩୦) । ସୂଚନା ଅନୁଯାୟୀ, ପାପଡାହାଣ୍ଡି ଥାନା ପାତ୍ରଗୁଡ଼ା ଗ୍ରାମର ଅନନ୍ତ ମୁକୁନ୍ଦ ଡାବୁଗାଁ ଥାନା ଅଞ୍ଚଳର ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଦୁଇହିଙ୍କ ଗ୍ରାମ ନିକଟ ଥିବାରୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ନବରଙ୍ଗପୁର ସେନାପତି ସାହିରେ ୬ ମାସ କାଳ ରହିଲେ । ୨୦୧୭ ମାର୍ଚ୍ଚ ମାସରେ ପ୍ରେମ ବିବାହ କରିଥିଲେ । ଦୁହେଁ ସ୍ୱାମୀ ସ୍ତ୍ରୀ ଭାବରେ ଖୁସିରେ ଥିଲେ । ଇତି ମଧ୍ୟରେ ଯୁବକ ଅନନ୍ତ ଅନୁଗୁଳ ଜିଲ୍ଲାରେ କୌଣସି ଏକ ଟ୍ରେନିଂରେ ଯୋଗ ଦେବା ପାଇଁ ଯିବାକୁ ବାହାରିଥିଲେ । ସେ ଯୁବତୀଙ୍କୁ ତୁ କାହିଁକି ବେକାରରେ ଥିବୁ କହି ତାମିଲନାଡୁ ରାଜ୍ୟର ତ୍ରିପୁରକୁ ସିଲେଇ ତାଲିମ ନିମନ୍ତେ ପଠାଇଥିଲା । ଯୁବତୀ ତ୍ରିପୁରରେ ରହି ଟଙ୍କା ରୋଜଗାର କଲା । ଏକ ମାସ ରହି ପୁଣି ତ୍ରିପୁରରୁ କୋରାପୁଟ ଆସିଥିଲେ । ସେଠାରେ ଯୁବତୀଙ୍କୁ ଅନନ୍ତ ଠକିବା ଆରମ୍ଭ କରିଥିଲା । ମୋର ଟ୍ରେନିଂ ବିଳମ୍ବ ଅଛି କହି ମୋର ଜାଗା ଅଛି ଘର କରିବା ତେଣୁ ଟଙ୍କା ଯୋଗାଡ କରିବା କହିଥିଲା । ଏହାପରେ ପୁଣି ଯୁବତୀ ତ୍ରିପୁର ଯାଇ ସେଠାରେ ଟଙ୍କା ରୋଜଗାର କରିଥିଲେ । ଯୁବତୀଙ୍କୁ ଯୁବକ ଅନନ୍ତ ଘର କରିବା ପାଇଁ ଟଙ୍କା ଆବଶ୍ୟକ କହି ପ୍ରାୟ ୧୪ଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ଟଙ୍କା ପଠାଇବା ପାଇଁ କହିଥିଲା । ଯୁବତୀ ଟଙ୍କା ରୋଜଗାର କରି ସ୍ୱାମୀର ଖୁସି ପାଇଁ ଟଙ୍କା ପଠାଇ ଚାଲିଥିଲେ । ୨୦୨୧ ମସିହା ଫେବୃଆରି ମାସରେ ଯୁବତୀଙ୍କୁ ଯୁବକ ପ୍ରତାରିତ କରି ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲା । କୌଣସି ଏକ ସୂତ୍ରରୁ ଏହା ଯୁବତୀ ଜଣକ ଏବାବଦରେ ଜାଣି ପାରି ସେ ଡିସେମ୍ବର ମାସରେ ନିଜ ମାଉସୀ ଘର କୋଡ଼ିଙ୍ଗାରେ ଆସି ଅନନ୍ତ ମୁକୁନ୍ଦକୁ ଆମ ଘର କାହିଁ ବୋଲି ପଚାରିଥିଲେ । ଯୁବକ ଅନନ୍ତ ପାଖରେ କୌଣସି ଯବାବ ନ ଥିବାରୁ ସେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇବା ପରେ ଶେଷରେ ଅନନ୍ତ ଯୁବତୀଙ୍କୁ ପ୍ରତାରିତ କରିଥିବା ଜଣା ପଡିଥିଲା । ପ୍ରତାରଣା ସହ ଲକ୍ଷାଧିକ ଟଙ୍କା ଠକି ନେଇଥିବା ନେଇ ଡାବୁଗାଁ ଥାନାରେ ଗତ ଫେବୃଆରି ୧୧ ତାରିଖରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ ।