ନୂଆଦିଲ୍ଲୀ : କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନାଁ ନ ନଉଥିବା ବେଳେ ହିଜାବ ବିବାଦକୁ ନେଇ ରାଜନୀତି ଜୋର ଧରୁଛି । କର୍ଣ୍ଣାଟକର କଂଗ୍ରେସ ନେତା ଜମ୍ମିର ଅହମ୍ମଦ ହିଜାବକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସବୁ ସୀମା ଉଲ୍ଲଘଂନ କରିଛନ୍ତି । ସେ କହିଛନ୍ତି ମହିଳାଙ୍କ ମୁହଁରେ ପରଦା ରହୁ ନଥିବାରୁ ଦେଶରେ ଅଧିକ ଦୁଷ୍କର୍ମ ଅପରାଧ ଘଟୁଛି । ଜମ୍ମିର ଅହମ୍ମଦ କହିଛନ୍ତି ଇସଲାମରେ ହିଜାବର ଅର୍ଥ ହେଉଛି ପରଦା । ଝିଅ ମାନେ ଯେବେ ବଡ଼ ହୋଇଥାନ୍ତି ତାଙ୍କ ସୁନ୍ଦରତାକୁ ହିଜାବ ଆବୃତ କରି ରଖିଥାଏ । ଏହା ହେଉଛି ହିଜାବର ପ୍ରକୃତ ଉଦ୍ଦେଶ୍ୟ । ଜମ୍ମିର ଅହମ୍ମଦ କହିଛନ୍ତି ଯେ ମୁଁ ଭାବୁଛି ଭାରତର ଦୁଷ୍କର୍ମ ଘଟଣା ବିଶ୍ୱରେ ସର୍ବାଧିକ । ମୁହଁରେ ପରଦା ନଥିବାରୁ ଏଭଳି ଅପରାଧ ଘଟୁଛି ବୋଲି ସେ କହିଛନ୍ତି । ପୂର୍ବରୁ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ କହିଥିଲେ ଯେହ ହିଜାବକୁ ମୁସଲିମ ମହିଳାଙ୍କୁ ପ୍ରତାଡିତ କରିବାର ମାଧ୍ୟମ କରାଯାଇଛି । ସେ ଏହା ମଧ୍ୟ କହିଥିଲେ ଆରବ ଦେଶ ମାନଙ୍କରେ ସମୟ ଥିଲା ଯେବେ କନ୍ୟା ସନ୍ତାନ ଜନ୍ମ ହେଉଥିଲା ତାକୁ ତୁରନ୍ତ ମାଟିରେ ପୋତି ଦେଉଥିଲେ । ହେଲେ ଇସଲାମ ଏହି କୁତ୍ସତ ପ୍ରଥାକୁ ବନ୍ଦ କରିଛି ।