ମାଲାକାନଗିରି : ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମ୍ପିଭି-୬୫ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଭୋଜି ଖାଇ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ମହିଳା ପୁରୁଷ ପ୍ରାୟ 40 ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ଜଣା ପଡିଛି l ସେମାନଙ୍କ ମଧରୁ ୨୦ରୁ ଅଧିକ ଲୋକ ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି l ସାମାନ୍ୟ ଅସୁସ୍ଥ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି l
ସୂଚନା ନେବାରୁ ଜଣା ପଡିଛି ଯେ ଏମ୍ପିଭି-୬୫ ଗ୍ରାମର ଦୀପକ ସରକାରଙ୍କର ଝିଅର ବିବାହ ଗତ ସୋମବାର ଦିନ ହେଇ ଥିଲା ବିବାହ ଉପଲକ୍ଷେ ଗ୍ରାମରେ ଭୋଜି ମଧ୍ୟ କରାଯାଇଥିଲା l ପ୍ରଥମ ଭୋଜିରେ ଯେଉଁ ଲୋକମାନେ ସାହାଯ୍ୟ କରି ଥିଲେ ସେହି ଲୋକଙ୍କୁ ନେଇ ଗତ ମଙ୍ଗଳବାର ଦ୍ୱିପହରେ ସମୟରେ ପୁଣି ଥରେ ଭୋଜି ହେଇଥିଲା l ତେବେ ମଙ୍ଗଳବାର ଦିନ ଭୋଜିରେ ସୋମବାର ଦିନ ବଳକା ହେଇଥିବା ଭାତକୁ ପୁଣି ଥରେ ରୋଷେଇ କରି ଲୋକମାନେ ଖାଇଥିଲେ ।
ପରେ ବୁଧବାର ଦିନ ଜଣ ପରେ ଜଣେ ଲୋକମାନେ ଅସୁସ୍ଥ ହୋଇପଡିଥିବା ବେଳେ ସମସ୍ତେ ଆସି ମେଡିକାଲରେ ଚିକିତ୍ସା ହୋଇଛନ୍ତି l ଏହି ଘଟଣାରେ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ପଯ୍ୟନ୍ତ ପ୍ରାୟ 40 ରୁ ଉର୍ଦ୍ଧ ଲୋକ ଏହି ଭୋଜି ଖାଇ ଅସୁସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ୍ ମେଡିକାଲରେ 15 ରୁ 20 ଜଣ ଲୋକଙ୍କର ଚିକିତ୍ସା ଚାଲିଛି l ତେବେ ପ୍ରକୃତରେ କେଉଁ କାରଣ ପାଇଁ ଏଭଳି ଘଟଣା ହୋଇଛି ତାହା ସଠିକ ଜଣା ପଡିନାହିଁ l ଏହାର ତଦନ୍ତ କରିବାକୁ ଦାବି ହୋଇଛି ।