ନୂଆଦିଲ୍ଲୀ: ବସ୍ରେ ବସି ବିଶ୍ୱ ଦେଖିବାକୁ ଆଶା ରଖିଛନ୍ତି କି? ବୋଧେ ଏଭଳି ଚିନ୍ତା କେହି କରିଥାଇ ନପାରନ୍ତି। ଯଦି ଆପଣ ଏବାବଦରେ ଚିନ୍ତା କରିବେ, ତା’ହେଲେ ସୁଯୋଗ ଆସୁଛି। ଭାରତ-ମ୍ୟାମାର ସୀମାରେ ଗାଡ଼ି ଚଳାଚଳ ଆରମ୍ଭ ହୋଇଯିବା ପରେ ଆଗାମୀ ଦିନରେ ଦିଲ୍ଳୀରୁ ଲଣ୍ଡନ ବସ୍ ଚଳାଚଳ କରିବା ନେଇ ଯୋଜନା ଚାଲିଛି। ଆଶା କରାଯାଉଛି ଯେ, ଚଳିତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀରୁ ଲଣ୍ଡନ ବସ ସେବା ଆରମ୍ଭ ହୋଇଯିବ। ଦିଲ୍ଲୀରୁ ଲଣ୍ଡନରେ ପହଞ୍ଚିବା ପାଇଁ ଆପଣଙ୍କୁ ୧୮ଟି ଦେଶ ବୁଲିବାକୁ ପଡ଼ିବ। ଏହା ପୂରା ୨୦ ହଜାର କିଲୋମିଟର। ଲଣ୍ଡନରେ ପହଞ୍ଚିବା ପାଇଁ ବସ୍କୁ ୭୦ ଦିନ ଲାଗିବ।
କିନ୍ତୁ ଯାତ୍ରୀମାନଙ୍କୁ ବସ୍ ଭଡ଼ା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରେ ବସ୍ର ଟିକେଟ, ଭିସା ଓ ଅନ୍ୟ ଦେଶରେ ରହିବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି। ଦିଲ୍ଲୀ ଛାଡ଼ିବା ପରେ ବସ୍ଟି ପ୍ରଥମେ ମ୍ୟାମାରରେ ପହଞ୍ଚିବ। ଏହା ପରେ ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିସ୍ତାନ, ଉଜବେକିସ୍ତାନ, କଜାକସ୍ତାନ, ଲାତାଭିଆ, ଲିଥୁଆନିଆ, ପୋଲାଣ୍ଡ, ଚେକ ଗଣରାଜ୍ୟ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଫ୍ରାନ୍ସ ଅତିକ୍ରମ କରିବାକୁ ପଡିବ। ସୂଚନାଯୋଗ୍ୟ, ଆଜିକୁ ୭୨ ବର୍ଷ ପୂର୍ବରୁ କୋଲକାତା ଓ ଲଣ୍ଡନ ମଧ୍ୟରେ ବସ ସେବା ଆରମ୍ଭ ହୋଇଥିଲା । ସେହିଭଳି ଲଣ୍ଡନରୁ ଅଷ୍ଟ୍ରେଲିଆ ମଧ୍ୟ ବସ ସେବା ଆରମ୍ଭ ହୋଇଥିଲା।