ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼କ୍ଷହାଣ୍ଡି ଜୋନ ୨ର କଣ୍ଟାମାଳ ପଞ୍ଚାୟତର ରଣ୍ଡକ୍ଷଗୁଡ଼କ୍ଷ ଠାରେ ବିଧାୟକ ମନୋହର ରନ୍ଧାରି ଶାଢ଼ୀ ବକ୍ଷଣ୍ଟି ଫେରୁଥିଲେ । ସେହି ସମୟରେ କଂଗେସ ଜିଲ୍ଲାପରିଷଦ ପ୍ରାର୍ଥ ଲିପିକା ମାଝୀ ଓ ପୂର୍ବତନ ବିଧାୟଙ୍କ ଭୁଜବଳ ମାଝୀ ପ୍ରଚାର ସାରି ଫେରୁଥିଲେ । ହାଟପଦ ଠାରେ ଉଭୟ ଅଟକିବା ସହ ଯୁକ୍ତିତର୍କ ହୋଇଥିଲା । ବିଧାୟକଙ୍କ ଗାଡିରୁ ଶାଢ଼ୀ ଦେଖି ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଓ ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇ ଘଟଣା ସ୍ଥଳରେ ପହଞ୍ଚି ବିଧାୟକଙ୍କ ଗାଡ଼ିକୁ ଥାନାକୁ ଆଣି ଯାଞ୍ଚ କରୁଛନ୍ତି । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଗାଡ଼ିରେ ଶାଢ଼ୀ,ଗାମୁଛା,ଧୋତି,ଟାୱାଲ ଆଦି ଥିବା ଦେଖିବାକୁ ମିଳୁଛି । ବିଧାୟକ ମନୋହର ରନ୍ଧାରି କହିଛନ୍ତି ନିର୍ବାଚନ ପାଇଁ ଶାଢ଼ୀ ବଣ୍ଟା ଯାଉ ନ ଥିଲା । ରାସ୍ତାରେ କିଛି ସମର୍ଥକ ଅଟକାଇ ବାରୁ କଥାବାର୍ତ୍ତା ହେଉଥିଲି । କଂଗ୍ରେସ ବାରମ୍ବାର ପରାଜିତ ହେଉଥିବାରୁ ଏଭଳି ମିଥ୍ୟା ଅଭିଯୋଗ ଆଣୁଥିବା ଶ୍ରୀ ରନ୍ଧାରି କହିଛନ୍ତି । ଏ ସମ୍ପର୍କରେ ତହସିଲଦାର ଯୋଗେଶ୍ୱର ଭୋଇଙ୍କୁ ପଚାରିବାରୁ ଅଭିଯୋଗ ମିଳିବା ପରେ ଥାନାରେ ଗାଡି ଜିମା ଦିଆଯାଇଛି । ଯାଞ୍ଚ ପରେ ଜଣାପଡ଼ିବ ବୋଲି ଶ୍ରୀ ଭୋଇ କହିଛନ୍ତି ।