21.1 C
Bhubaneswar
Monday, November 18, 2024
Homeଓଡିଶାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଅଗର କଂଗ୍ରେସ ନା ହୋତି” ଭାଷଣକୁ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଅଗର କଂଗ୍ରେସ ନା ହୋତି” ଭାଷଣକୁ ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଓ ଯଜେ୍ଞଶ୍ୱର ବାବୁଙ୍କ କଡ଼ା ଯବାବ

ଭୁବନେଶ୍ୱର- ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଅଗର କଂଗ୍ରେସ ନା ହୋତି”ଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦଳର ପୂର୍ବଜମାନେ ବ୍ରିଟିଶର ଏଜେଂଟ ଭାବରେ କାର୍ଯ୍ୟକରୁଥିଲେ । ଦେଶ ସ୍ୱାଧୀନତା ପାଇଁ ଆରସେସ୍ ବା ଜନସଂଘ ବିନ୍ଦୁଏ ମାତ୍ର ଅବଦାନ ନାହିଁ । କଂଗ୍ରେସ ଏକ ଦଳ ନୁହେଁ, କଂଗ୍ରେସ ଏକ ବିଚାରଧାରା । ଦେଶର ଜନସାଧାରଣ କଂଗ୍ରେସର ବିଚାର ଧାରାରେ ଅନୁପ୍ରାଣିତ ହୋଇ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ବୋଷଙ୍କ ନେତୃତ୍ୱରେ ଦେଶରୁ ବ୍ରିଟିଶ ରାଜକୁ ବିଲିନ କଲେ । କଂଗ୍ରେସ ଭାରତ ଗଠନ କରିଛି । କଂଗ୍ରେସ ନଥିଲେ ଏକ ଅଖଣ୍ଡ ଭାରତ ଗଠନ ସମ୍ଭବ ହୋଇପାରିନଥାନ୍ତା । କାରଣ ଆଜିର ବିଜେପି ଦଳର ମୂଳ ମଞ୍ଜି ଯେଉଁ ଦଳ ଥିଲା ଏବଂ ତାର ନେତାମାନେ ଏ ଦେଶରେ ବ୍ରିଟିଶରାଜ ରହୁ ବୋଲି ଚାହୁଁଥିଲେ ଏବଂ ବ୍ରିଟିଶ ଶାସନ ରହୁ ବୋଲି କାର୍ଯ୍ୟ ମଧ୍ୟ କରୁଥିଲେ । ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଏବଂ ହିନ୍ଦୁ ମହାସଭାରେ ଦେଶଦ୍ରୋହି କାର୍ଯ୍ୟକୁ ଶ୍ରୀ ରାୟ ତୀବ୍ର ନିନ୍ଦାକରିଥିଲେ । ଅନ୍ୟପକ୍ଷରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ କଂଗ୍ରେସର ଅବଦାନ ସଂପର୍କରେ ଶ୍ରୀ ରାୟ ଉଲ୍ଲେଖ କରିଥିଲେ । ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, ବିଜ୍ଞାନ କାରିଗରୀ ଓ ସାମରିକ କ୍ଷେତ୍ରରେ ଦେଶକୁ ଶକ୍ତିଶାଳୀ କରିବା କଂଗ୍ରେସର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦି ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । ପଣ୍ଡିତ ନେହେରୁ ଆଇଆଇଟି, ଏମ୍ସ, ଏନଆଇଡି, ଇସ୍ରୋ, ମହାକାଶ ବିଜ୍ଞାକ ଗବେଷଣା ଠାରୁ ଆରମ୍ଭ କରି ହିରାକୁଦ, ଭାକ୍ରାନଙ୍ଗଲ ପରି ଅନେକ ଜଳ ଭଣ୍ଡାର, ରାଉରକେଲା ଓ ବୁକାର ପରି ଅନେକ ଶିଳ୍ପ ଏବଂ ପାରାଦ୍ୱୀପ ପରି ଅନେକ ବନ୍ଦର ପ୍ରତିଷ୍ଠା କରି ଏ ଦେଶକୁ ଆତ୍ମନିର୍ଭରଶୀଳ କରିଛନ୍ତି । ଇନ୍ଦିରା ଗାନ୍ଧୀ ବ୍ୟାଙ୍କ ଓ ଖଣି ଜାତୀୟକରଣ, ରାଜାରାଜୁଡ଼ାଙ୍କ ହାତପାଣ୍ଠି ଉଚ୍ଛେଦ, ଗରିବି ହଟାଓ ଅଭିଯାନ, ଆଣବିକ ବୋମା ପରୀକ୍ଷା ପର୍ଯ୍ୟନ୍ତ ଦେଶର ସାମଗ୍ରିକ ବିକାଶରେ ଇନ୍ଦିରାଙ୍କ ଅବଦାନ ଅତୁଳନୀୟ ହେଲେ କଂଗ୍ରେସରୁ ସୃଷ୍ଟ ନେହେରୁ, ଇନ୍ଦିରା, ରାଜୀବ ଓ ମନମୋହନଙ୍କ ପରି ପ୍ରଧାନମନ୍ତ୍ରୀ ଦେଶପାଇଁ ଯେଉଁ ସଂପତି ସୃଷ୍ଟିକରିଥିଲେ ତାହାକୁ ନରେନ୍ଦ୍ର ମୋଦି ଏବେ ବିକ୍ରୀ କରିଚାଲିଛନ୍ତି । ୧୯୭୧ ମସିହାରେ ଇନ୍ଦିରା ପାକିସ୍ଥାନକୁ ଦୁଇଭାଗ କରିଦେଇଥିବା ଘଟଣାକୁ କ’ଣ ମୋଦି ପାସୋରି ଗଲେଣକି ବୋଲି ଶ୍ରୀ ରାୟ ପ୍ରଶ୍ନ କରିଛନ୍ତି । ଶ୍ରୀ ରାୟ ଆକ୍ଷେପ କରି କହିଛନ୍ତି ଯେ ମୋଦୀ ପ୍ରଧାନ ମନ୍ତ୍ରୀ ହେବାପରଠାରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହୋଇଛି । ମୋଦିଙ୍କ ପାଇଁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ମୁଦ୍ରାସ୍ପିତି ବଢ଼ିଛି । ଜାତୀର ଜନକଙ୍କୁ ଅପମାନ କରିବାପାଇଁ ନାଥରାମ ଗଡସେର ମନ୍ଦିର ନିର୍ମାଣ ହେଉଛି । ମୋଦୀ କରୋନା ଆଳରେ ହଜାର ହଜାର କୋଟି ଟଙ୍କା ବାଟମାରଣା କରିଛନ୍ତି, ଚାଷୀଙ୍କୁ ହତ୍ୟା କରିଛନ୍ତି । ମୋଦି ଓ ଅମିତ ସାହା ନଥିଲେ ଗୁଜରାଟରେ ୪ ହଜାର ମୁସଲିମଙ୍କୁ ହତ୍ୟା କରାଯାଇ ନଥାନ୍ତା ।

ନରେନ୍ଦ୍ର ମୋଦୀ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଯଜେ୍ଞଶ୍ୱର ବାବୁ, ଉପସଭାପତି, ପ୍ରଦେଶ କଂଗ୍ରେସ କମିଟି ଏଠାରେ ଉପସ୍ଥିତ ରହି କହିବା ସହ ମୋଦୀଙ୍କର “ଅଗର କଂଗ୍ରେସ ନା ହୋତି”ଭାଷଣରୁ ସ୍ପଷ୍ଟ ହେଉଛି ଯେ ମୋଦି ନିଜର ଅପକର୍ମ ଓ କୁଶାସନ ପାଇଁ ଜନସାଧାରଣଙ୍କ ବିଶ୍ୱାସନୀୟତା ହରାଇଛନ୍ତି । ମୁଖ୍ୟ ପ୍ରସଙ୍ଗରୁ ଓହରିଯାଇ ଏକ ବାଚଳା ଏବଂ ଷଡ଼କଛାପର ପରି ଭାଷଣ ଦେଉଛନ୍ତି ବୋଲି କହିଛନ୍ତି। ଏତଦ୍ୱାରା ନିଜର ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦା ଏବଂ ସଂସଦର ଗରିମା ନଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ବାବୁ ପ୍ରଶ୍ନ କରିଛନ୍ତି ଯେ ଦେଶରେ କରୋନା ମହାମାରୀ ବ୍ୟାପିଲା, ଅମ୍ଳଜାନ ବିନା ଲୋକ ମଲେ, ଗଙ୍ଗାନଦୀରେ ହଜାର ହଜାର କରୋନା ଜନିତ ମୃତକଙ୍କ ଶବ ଭାଷିଲା, ବିମୁଦ୍ରୀକରଣ ବିଫଳହେଲା, କଳାଟଙ୍କା ଆସିଲା ନାହିଁ, ଲୋକଙ୍କ ଖାତାରେ ୧୫ଲକ୍ଷ ପଡ଼ିଲା ନାହିଁ, ଦେଶରେ ବେକାରୀଙ୍କ ସଂଖ୍ୟା ଉତ୍କଟ ହେଲା, ଦେଶରେ ଅର୍ଥନୀତି ରସାତଳଗାମୀ ତଥା ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପାଇଁ କ’ଣ କଂଗ୍ରେସ ଦାୟୀକି? ସେ ପୁଣି ପ୍ରଶ୍ନ କରିଛନ୍ତି ଦେଶର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ମଙ୍ଗଳ ଅଭିଯାନ ବିଫଳହେବା, ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତି, ଗଣତନ୍ତ୍ର ହତ୍ୟାକରି ଗୁପ୍ତଚର ପାଇଁ ପେଗାସସ ସପ୍ଟଓୟାର କିଣା, ଟେଲି ପ୍ରମ୍ପଟ୍‌ର ଖରାପଯୋଗୁଁ ବିଦେଶରେ ଭାଷଣ ନଦେଇ ପାରି ବେଇଜତ ହେବା, ଦେଶର ଲାଭଦାୟକ କମ୍ପାନୀ ସମୂହକୁ ନିଜ ବନ୍ଧୁଙ୍କ ବିକ୍ରୀ କରିବା, ଫୁଲୱାମା କାଣ୍ଡରେ ଜବାନମାନଙ୍କ ମୃତ୍ୟୁ, ଦେଶର କଳା କୃଷି ଆଇନ ପ୍ରଣୟନ, ୭୫୦ ଆନ୍ଦୋଳନକାରୀ ମୃତ୍ୟୁ, ଦେଶର ବୈଦେଶିକ ନୀତି ଫେଲ ମାରିବା ପାଇଁ କଂଗ୍ରେସ ଦାୟୀକି? ୱାର୍ଲଡହଙ୍ଗର ଇଣ୍ଡେକ୍ସରେ ଭାରତ ଏକ ଭୋକିଲା ଦେଶର ନିନ୍ଦା ପାଇ ନେପାଳ, ବାଙ୍ଗଲାଦେଶ ଓ ଶ୍ରୀଲଙ୍କା ତଳେ ରହିବା ଘଟଣା ପାଇଁ ମୋଦିଙ୍କ ନେତୃତ୍ୱକୁ ଶ୍ରୀ ବାବୁ ଧିକାର କରିଛନ୍ତି । ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବାକୁ କହି ଏ ଦେଶର ଅଗଣିତ ଯୁବକଛାତ୍ରମାନଙ୍କୁ ଭୂଆଁ ବୁଲାଇବା ଏବଂ ପ୍ରଶ୍ନକଲେ ପକୋଡା ବିକ୍ରୀ ନିଯୁକ୍ତି ପ୍ରସଙ୍ଗ କହି ବିଭ୍ରାନ୍ତି କରିବା କେବଳ ମୋଦିଙ୍କ ଭଳି ଜଣେ ଅପରିଣାମୀଦର୍ଶି ବ୍ୟକ୍ତି କହିପାରନ୍ତି । ମୋଦୀ ଧର୍ମ ନାମରେ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ସୁତରାଂ ମୋଦି, ତାଙ୍କ ଦଳ ଓ ତାଙ୍କ ସରକାର ଏକ ଦେଶ ବିରୋଧି ସରକାର । ମୋଦିଙ୍କର ଦଳର ପୂର୍ବଜମାନେ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିନଥିଲେ ବରଂ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଧରାଇଦେବା ପାଇଁ ବ୍ରିଟିଶର ଚାମଚାଗିରି କରୁଥିଲେ । ସୁତରାଂ ୫ଟି ରାଜ୍ୟରେ ସାଧାରଣ ନିର୍ବାଚନରେ ମୋଦିଙ୍କ ଦଳ ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖାନ କରୁଥିବା ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ “ଅଗର କଂଗ୍ରେସ ନା ହୋତି” ଭାଷଣ ତାଙ୍କର ନୈରାଶ୍ୟର ପ୍ରତିଫଳନ । ଶ୍ରୀ ଜଙ୍ଗେଶ୍ୱର ବାବୁ ଙ୍କ ସମେତ ଏହି ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ,ମନୋରଞ୍ଜନ ଦାସ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking