21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଚୀନ୍-ପାକ ର ମିଳିତ ବିବୃତ୍ତିକୁ ନେଇ ଜବାବ ରଖିଲା ଭାରତ

ଚୀନ୍-ପାକ ର ମିଳିତ ବିବୃତ୍ତିକୁ ନେଇ ଜବାବ ରଖିଲା ଭାରତ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନର ମିଳିତ ବିବୃତ୍ତିରେ ଜମ୍ମୁ-କାଶ୍ମୀର କଥା ଉଲ୍ଲେଖ କରାଯିବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର କଡ଼ା ଜବାବ ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଲଦାଖ ହେଉଛି ଭାରତର ଅବିଚ୍ଛେଦ୍ୟ ଅଂଶ । ଏହି ଆଭ୍ୟନ୍ତରୀଣ ବ୍ୟାପାରରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ ।

ଚୀନ୍ ଓ ପାକ୍କୁ ଭର୍ସନା କରି ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ଅଂଶକୁ ନେଇ ଅନ୍ୟ କୌଣସି ଦେଶ ମୁଣ୍ଡ ଖେଳାଇବା ଉଚିତ ନୁହେଁ । ସେମାନେ ଏଥିରୁ ନିବୃତ୍ତ ରହିବେ ବୋଲି ଆଶା । ଆମେ ପୂର୍ବରୁ ଏଭଳି ହସ୍ତକ୍ଷେପକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛୁ । ଗତ ୬ ତାରିଖରେ ଚୀନ୍ ଓ ପାକିସ୍ତାନ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଥିଲା । ଏଥିରେ ଜମ୍ମୁ-କାଶ୍ମୀର କଥା କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking