20.1 C
Bhubaneswar
Tuesday, November 19, 2024
Homeକରୋନାସଂକ୍ରମଣ ଦୃତ ଗତିରେ ହ୍ରାସ ପାଉଛି: କେନ୍ଦ୍ର

ସଂକ୍ରମଣ ଦୃତ ଗତିରେ ହ୍ରାସ ପାଉଛି: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ୪ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲେଖାଏଁ ଆକ୍ଟିଭ କେସ ରହିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକରେ ୫୦ ହଜାରରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ରହିଛି । ୧୧ ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ଅଛି ଆକ୍ଟିଭ କେସ । ଜାନୁଆରୀ ୨୪ରେ ପଜିଟିଭିଟି ରେଟ ୨୦.୭୫ ପ୍ରତିଶତ ଥିଲା । ବର୍ତମାନ ପଜିଟିଭିଟି ରେଟ ୪.୪୪ ପ୍ରତିଶତକୁ ଖସିଆସିଛି । ତେଣୁ ସଂକ୍ରମଣ ଦୃତ ଗତିରେ ହ୍ରାସ ପାଉଥିବା ଏହା ଦର୍ଶାଉଛି । ତଥାପି କେରଳ, ମିଜୋରାମ, ହିମାଚଳ ପ୍ରଦେଶରେ ସଂକ୍ରମଣ ଅଧିକ ରହୁଛି ।

ଉଲେଖଯୋଗ୍ୟ , ଦେଶରେ କମୁଛି କରୋନା ସଂକ୍ରମଣ । ହେଲେ ମୃତ୍ୟୁସଂଖ୍ୟାରେ ଲାଗୁନି ରୋକ୍‍ । ଆଜି ବି ଦେଶରେ ଏକ ଲକ୍ଷ ତଳେ ରହିଛି କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭,୦୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦେଶରେ ଆଉ ୧,୨୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଆଜିର ମୃତକଙ୍କୁ ମିଶାଇ ଦେଶରେ ଏଯାଏ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୦୬,୫୨୦କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୬୭,୮୮୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୭,୯୦,୭୮୯ । ଦୈନିକ ପଜିଟିଭିଟି ହାର କମୁଥିବା ବେଳେ, ଟିକାକରଣକୁ ମଧ୍ୟ ଦେଶରେ ଜୋରଦାର କରାଯାଉଛି । ଦେଶରେ ଏଯାଏ ୧,୭୧,୨୮,୧୯,୯୪୭ ଲୋକଙ୍କ ଟିକାକରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking