29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚଳିତ ମାସରେ ଭାରତରେ ଲଂଚ ହେବ କିୟା କରେନ୍ସ

ଚଳିତ ମାସରେ ଭାରତରେ ଲଂଚ ହେବ କିୟା କରେନ୍ସ

ନୂଆଦିଲ୍ଲୀ: କିଆ କରେନ୍ସ ଭାରତରେ ଫେବୃୟାରୀ ୨୦୨୨ରେ ଲଂଚ କରାଯିବ । ଏହାର ବୁକିଂ ବି ଆରମ୍ଭ ହୋଇସାରିଛି । ଯାହାକୁ ୨୫ ହଜାର ଦେଇ ବୁକ କରାଯାଇପାରିବ । କିଆ କରେନ୍ସକୁ ୫ଟି ଭାରିଏଣ୍ଟ ଓ ୭ ସିଟ ବିକଳ୍ପରେ ଅଣାଯିବ । ଏହାସହିତ ଏଥିରେ ତିିନୋଟି ଇଂଜିନର ଅପ୍ସନ ଦିଆଯାଇଛି । କମ୍ପାନୀ ଏହାକୁ ଅନେକ ଫିଚର୍ସ ଓ ଉପକରଣ ସହ ଏକ ନୂଆ ସେଗମେଣ୍ଟରେ ପ୍ରବେଶ କରାଇବ । କିଆ କରେନ୍ସକୁ ଏହି ମାସରେ ଲଂଚ କରାଯିବ । ଏନେଇ ଆଗାମୀ ଦିନରେ କମ୍ପାନୀ ତାରିଖ ଘୋଷଣା କରିବ । ବୁକିଂ ଆରମ୍ଭ ହେବା ମାତ୍ରେ ୨୪ ଘଣ୍ଟା ଭିତରେ  ଏହାର ୭୭୩୮ ୟୁନିଟର ପ୍ରିଲଂଚ ବୁକିଂ ପ୍ରାପ୍ତ ହୋଇସାରିଛି । କିଆ କରେନ୍ସ ୫ ଭାରିଏଣ୍ଟ ପ୍ରିମିୟମ, ପ୍ରେଷ୍ଟିଜ, ପ୍ରେଷ୍ଟିଜ ପ୍ଲସ, ଲକ୍ସୁରୀ ଓ ଲକ୍ସୁରୀ ପ୍ଲସ ସାମିଲ ରହିଛି । ଏହି ଏମପିବିକୁ ୬ ଓ ୭ ସିଟରରେ ଉପଲବ୍ଧ କରାଯିବ । ଏହାର ମୁଖ୍ୟ ହେଡଲାଇଟକୁ ପତଳା ଲାଇଟର ତଳେ ରଖାଯାଇଚି । ଏଥିରେ ଏଲଇଡି ଡିଆରଏଲ ରହିଛି । ଏହାର ସାଇଡରେ ବଡ ହ୍ୱିଲ ଆର୍ଚ ଦେଖିବାକୁ ମିଳିବ ତଥା ଏଥିରେ ବଡି ଲାଇନ ଦିଆଯାଇଛି । ଯାହା ସାମ୍ନାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଯାଇଛି । ଏମିତି ହିଁ ଲାଇନ ସାମ୍ନା ହେଡଲାଇଟରୁ ଆରମ୍ଭ ହୋଇ ସାମ୍ନା ଡୋର ରେ ଶେଷ ହେଉଛି । ସେହିପରି ପଛ ଡୋରରେ ଏମିତି ଲାଇନ ବାହାରି ଟେଲଲାଇଟରେ ଶେଷ ହୁଏ । ଏହାର ଏଲଇଡି ଟେଲଲାଇଟ ପୁରା ନୂଆ ଲାଗୁଛି ।
ଆକାର କଥା ଯଦି କହିବା, ତେବେ ଏହା ୪୫୪୦ ମିଲିମିଟର ଲମ୍ବା, ୧୮୦୦ ମିଲିମିଟର ଚଉଡା, ୧୭୦୮ ମିଲିମିଟର ଉଂଚା । ଏହାର ହ୍ୱିଲ ବେସ ନିଜ ସେଗମେଣ୍ଟରେ ଲମ୍ବା ୨୭୮୦ ମିଲିମିଟର । ସେହିପରି ଏହା ୮ କଲର ଅପ୍ସନ ଇମ୍ପେରିଆଲ ବ୍ଲୁ, ମୋସ ବ୍ରାଉନ, ସ୍ପାର୍କଲିଂଗ ସିଲଭର, ଇଣ୍ଟେନ୍ସ ରେଡ, ଗ୍ଲାସିୟର ହ୍ୱାଇଟ ପର୍ଲ, କ୍ଲିୟର ହ୍ୱାଇଟ, ଗ୍ରାଭିଟି ଗ୍ରେ ଓ ଅରୋରା ବ୍ଲାକ ପର୍ଲ ରେ ରହିଛି ।

ଏହି କାରରେ ବଡ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି । ଏହାର ଲୋଓର ଭାରିଏଣ୍ଟରେ ୧୦.୨୫ଇଂଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଦେଖିବାକୁ ମିଳିବ । ଏହାର ଇନଷ୍ଟ୍ରୁମେଣ୍ଟକ୍ଲଷ୍ଟର ସଂପୂର୍ଣ୍ଣ ଭାବରେ ଡିଜିଟାଲ ହେବ ଏବଂ ଏହାର ଷ୍ଟିଅରିଂ ହ୍ୱିଲ ସେଲ୍ଟସ ପରି ଲାଗିବ । ଏଥିରେ ନୂଆ ଜେନେରେସନ କିୟା କନେକ୍ଟ ସହିତ ୬୬ କନେକ୍ଟଡ କାର୍ ଫିଚର୍ସ, ବୋସ ସାଉଣ୍ଡ ସିଷ୍ଟମ, ୮ ସ୍ପିକର ସହିତ ୬୪ କଲର ଆମ୍ବିଏଣ୍ଟ ଲାଇଟିଂ ସାମିଲ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking