29.1 C
Bhubaneswar
Friday, October 18, 2024
Homeଓଡିଶାବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଟକାଇଛି ପୋଲିସ । ରାଲିକୁ ବାଧା ଦେବାରୁ ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ତେବେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ରାଲି କରୁଥିଲା ବିଜେପି । ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ବାହାରିଥିଲେ ବିଜେପି କର୍ମୀ । ହତ୍ୟାର ୪ ମାସ ବିତି ସାରିଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ଥିବା ଅଭିଯୋଗ ହୋଇଛି । ଦୋଷୀକୁ ଖସାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking