23.1 C
Bhubaneswar
Saturday, October 19, 2024
Homeଖେଳଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ମେଲବର୍ଣ୍ଣ :  ଆସନ୍ତା ୧୧ ତାରିଖଠାରୁ ଘରୋଇ ଅଷ୍ଟ୍ରେଲିଆ ତା ‘ର ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡ୍ (ଏସ୍‌ସିଜି)ରୁ ଆରମ୍ଭ କରିବ । ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ସକାଶେ ସୋମବାର କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଘରୋଇ ଟିମ୍ ଘୋଷଣା କରାଯାଇଛି । ଏହି ଟିମ୍‌ରେ ଅଲ୍‌ରାଉଣ୍ଡର୍ ଡାନିଏଲ୍ ସାମ୍ସଙ୍କୁ ସ୍ଥାନ ମିଳିଥିବା ବେଳେ ଅଭିଜ୍ଞ ଓପନର ଡେଭିଡ୍ ୱାର୍ଣ୍ଣର୍ ଓ ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶଙ୍କୁ ବିଶ୍ରାମ ଦିଆଯାଇଛି । ୨୯ ବର୍ଷୀୟ ସାମ୍ସ ଗତ ୨୦୨୦ରେ ଅଷ୍ଟ୍ରେଲିଆ ପକ୍ଷରୁ ଡେବ୍ୟୁ କରିବା ସହ ଅଦ୍ୟାବଧି ୪ଟି ଟି-୨୦ ଖେଳି ୫୪ ରନ୍ କରିଛନ୍ତି । ଏହାଛଡ଼ା ବୋଲର୍ ଭାବେ ସେ ୪ଟି ୱିକେଟ୍ ମଧ୍ୟ ଦଖଲ କରିଛନ୍ତି ।

ସେହିପରି ଗତ ଆଶେସ୍ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଆଘାତପ୍ରାପ୍ତ ହୋଇ ସିରିଜ୍‌ର ପରବର୍ତ୍ତୀ ୪ଟି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିବା ପେସର୍ ଜୋଶ୍ ହେଜଲଉଡ୍ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀଲଙ୍କା ବିପକ୍ଷ ଏହି ଟି-୨୦ ସିରିଜ୍ ଆସନ୍ତା ୨୦ ତାରିଖରେ ଶେଷ ହେବ । ଏହାପରେ ଅଷ୍ଟ୍ରେଲିଆ ପାକିସ୍ତାନ ଗସ୍ତ କରି ଆସନ୍ତା ମାର୍ଚ୍ଚ ୩ରୁ ୩ଟି ଟେଷ୍ଟ୍‌, ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି ।

ଘୋଷିତ ଦଳ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଆଷ୍ଟନ୍ ଆଗର୍‌, ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍‌, ଟ୍ରେଭିସ୍ ହେଡ୍‌, ମୋଜେସ୍ ହେନରିକ୍ସ, ଜୋଶ୍ ଇଙ୍ଗଲିସ୍‌, ଡାନିଏଲ୍ ସାମ୍ସ, ବେନ୍ ମ୍ୟାକ୍‌ଡର୍ମଟ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଝାଇ ରିଚାର୍ଡସନ୍‌, କେନ୍ ରିଚାର୍ଡସନ୍‌, ଷ୍ଟିଭେନ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ୍‌, ମାଥ୍ୟୁ ୱେଡ୍ ଓ ଆଡାମ୍ ଜାମ୍ପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking