27.1 C
Bhubaneswar
Sunday, October 20, 2024
Homeଓଡିଶାପୌର ନିର୍ବାଚନ : ୧୦ରେ ସର୍ବଦଳୀୟ ବୈଠକ

ପୌର ନିର୍ବାଚନ : ୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର:  ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଏବଂ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଥିବା ବେଳେ ଏବେ ସହରାଞ୍ଚଳର ଭୋଟର ତାଲିକା ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏପରିସ୍ଥଳେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶନ ଏବଂ ପୌର ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ଲାଗି ବିଭିନ୍ନ ରାଜନୈତିକ ଦଳଙ୍କ ସହ ବିଚାରବିମର୍ଶ ପାଇଁ ଆସନ୍ତା ଫେବୃଆରୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

୧୦ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଜୟଦେବ ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ସମସ୍ତ ରାଜନୈତିକ ଦଳର ସଭାପତି/ ସାଧାରଣ ସମ୍ପାଦକଙ୍କ ନିକଟକୁ ପତ୍ର ଲେଖି ନିଜ ନିଜ ପ୍ରତିନିଧି ପଠାଇବାକୁ ଅନୁରୋଧ କରିଛନ୍ତି । ସବୁ ଦଳର ପ୍ରାଧିକୃତ ପ୍ରତିନିଧିମାନେ ନିଜ ସାଙ୍ଗରେ ପ୍ରାଧିକରଣ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ଏହି ଦିନ ରାଜ୍ୟ ନିର୍ବାଚନ କମିଶନ ସବୁ ଦଳର ପ୍ରତିନିଧିଙ୍କୁ ଚିଠା ଭୋଟର୍ ତାଲିକା ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking