ନୂଆଦିଲ୍ଲୀ : ଦିନକକୁ ଦିନ କରୋନା ବଢିଥିବା ବେଳେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କୋଭିଡ କଟକଣା କୋହଳ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ବଡ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ରାଜ୍ୟରେ ଏବେ ସଂକ୍ରମଣ ହାର ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି । ଏଥିଲାଗି ରାଜ୍ୟରେ କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରେସ କନଫରେନ୍ସ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ ସମସ୍ତ ସରକାରୀ ଅଫିସ ତଥା ଘରୋଇ ଅଫିସ କୋଭିଡ କଟକଣା ସହ ସମ୍ପୂର୍ଣ୍ଣ କ୍ଷମତାରେ ଚାଲିବ । ଏହା ସହିତ ସମସ୍ତ ବୋର୍ଡ ପରୀକ୍ଷା ମଧ୍ୟ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବ । ଆଉ ସବୁଠୁ ବଡ କଥା ଯେ ବୋର୍ଡ ଦେବାକୁ ଥିବା ଛାତ୍ରଛାତ୍ରୀ ଦୁଇଟି ଯାକ ଡୋଜ ଦେବା ବାଧ୍ୟତାମୂଳକ ଏବଂ ବିବାହକାର୍ଯ୍ୟରେ ଯୋଗଦେଇଥିବା ଅତିଥି କୋଭିଡ୍ର ଦୁଇଟି ଯାକ ଡୋଜ୍ ନେଇଥିବା ଆବଶ୍ୟକ । ବାହରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।