19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପୁଣି ସେନାଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ସଫା

ପୁଣି ସେନାଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ସଫା

ଶ୍ରୀନଗର : ପୁଣି ସେନାଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ । ପାକିସ୍ତାର ସକ୍ରିୟ ସ୍ଲିପର ସେଲ୍ ଲସ୍କ୍ର୍‌-ଇ ତାଏବା ପାଇଁ କାମ କରୁଥିବା ଦୁଇ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବାର ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ଏନକାଉଣ୍ଟର ହୋଇଥିବା ଏହି ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିବାର ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି । କାଶ୍ମୀରର ପୋଲିସ ଇନ୍ସପେକ୍ଟର ଜେନେରାଲ ବିଜୟ କୁମାରଙ୍କ କହିବାନୁଯାୟୀ, ଏନକାଉଣ୍ଟର ହୋଇଥିବା ଏହି ଆତଙ୍କବାଦୀଙ୍କ ଜଣେ ହେଉଛି ଇଖ୍‌ଲାଖ୍ ହଜାମ୍‌, ଯିଏକି ନିକଟରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ହାସନପୋରାରେ ହେଡ କନଷ୍ଟେବଳ ଅଲି ମହମ୍ମଦ ଗଣୀଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ । କୁମାର କହିଛନ୍ତି ଯେ ଉକ୍ତ ସ୍ଥାନରୁ ଦୁଇଟି ପିସ୍ତଲ ସମେତ ଅପରାଧ ସାମଗ୍ରୀ ଉଦ୍ଧାର କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ଜାକୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆଜି ଭୋରରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ୍ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନେ ଲସ୍କର ଦ୍ୱାରା ଅନୁବନ୍ଧିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ)ର ସଦସ୍ୟ । ଅର୍ଥାତ ଲସ୍କର ଇସାରାରେ ଏମାନେ କାମ କରୁଥିଲେ ବୋଲି ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking