18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସେନା ୟୁନିଫର୍ମ ପିନ୍ଧିଥିବାରୁ ମୋଦୀଙ୍କ ବିରୋଧରେ ମାମଲା

ସେନା ୟୁନିଫର୍ମ ପିନ୍ଧିଥିବାରୁ ମୋଦୀଙ୍କ ବିରୋଧରେ ମାମଲା

ପ୍ରୟାଗରାଜ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଜମ୍ମୁ-କଶ୍ମୀରର ଆଗୁଆ ଘାଟି ପରିଦର୍ଶନ କରିବା ସମୟରେ ସେନା ଯବାନଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ପରିଧାନ କରିଥିଲେ । ଏହାପଛରେ ଯବାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ରହିଥିଲେ, ସୁଦ୍ଧା ବର୍ତ୍ତମାନ ମାମଲା ଅଦାଲତରେ ପହଞ୍ଚିଛି । ସେନା ଯବାନଙ୍କ ପାଇଁ ଉଦ୍ଦିଷ୍ଟ ୟୁନିଫର୍ମ ପିନ୍ଧିବା କିମ୍ବା କୌଣସି ସେନା ପଦକ ପୋଷାକରେ ଲଗାଇବା ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୪୦ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି ।

ମୋଦୀଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ରାକେଶନାଥ ପାଣ୍ଡେ ନାମକ ଜଣେ ଆଇନଜୀବୀ ପ୍ରୟାଗରାଜ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଏକ ମାମଲା ଦାଏର କରିଛନ୍ତି । ବିଚାରପତି ଏହି ପ୍ରସଙ୍ଗରେ ପିଏମ୍‌ଓ (ପ୍ରାଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨କୁ ଧାର୍ଯ୍ୟ କରିଛନ୍ତି । ମୋଦୀ ଗତବର୍ଷ ଜମ୍ମୁ-କଶ୍ମୀରର ନୌସେରା ସେକ୍ଟର ପରିଦର୍ଶନ କରିଥିବାବେଳେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଏହି ସମୟରେ ମୋଦୀଙ୍କୁ ସେନା ୟୁନିଫର୍ମରେ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking