19.1 C
Bhubaneswar
Friday, November 22, 2024
Homeଅପରାଧଶାଶୂଘର ଲୋକେ ତଡି ଦେବାରୁ ନବବିବାହିତାଙ୍କ ଆତ୍ମହତ୍ୟା

ଶାଶୂଘର ଲୋକେ ତଡି ଦେବାରୁ ନବବିବାହିତାଙ୍କ ଆତ୍ମହତ୍ୟା

ଯାଜପୁର : ବେକରେ ରଶି ଲଗାଇ ଜଣେ ନବବିବାହିତା ଆତ୍ମହତ୍ୟା କରିଛନ୍ତି । ଶାରୀରିକ, ମାନସିକ ଓ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଶାଶୂଘର ଲୋକେ ଘରୁ ତଡିଦେବାରୁ ଚାପଗ୍ରସ୍ତ ହୋଇ ନବବିବାହିତା ଜଣକ ବାପଘରେ ଆତ୍ମହତ୍ୟା କରିଥିବା ମୃତକର ପରିବାର ଲୋକେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରିବା ସହ ମୃତକଙ୍କ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ବାଲିଅନ୍ତା ଗ୍ରାମର ବିନୋଦ ପଣ୍ଡାଙ୍କ ଝିଅ ସସ୍ମିତା(୨୪) ବାଲିଚନ୍ଦ୍ରପୁର ଗ୍ରାମର ସ୍ୱର୍ଗତ ମୁରଲୀ ମିଶ୍ରଙ୍କ ପୁଅ ହିମାଂଶୁଙ୍କୁ ଗତ ୬ ମାସ ହେବ ବିବାହ କରିଥିଲେ । ବିବାହ ପରଠାରୁ ସସ୍ମିତାକୁ ଶାଶୂଘର ଲୋକେ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଅଧିକ ଯୌତୁକ ଦାବିକରି ସସ୍ମିତାକୁ ଶାରୀରିକ ଓ ମାନସିକ ଦେବା ସହ ତୋ ଶରୀରରେ ରୋଗ ଥିବା କହି ଶାଶୂଘର ଲୋକେ ତାକୁ ତଡି ଦେଇଥିଲେ । ଶାଶୂ ଘରୁ ଯାଇ ସସ୍ମିତା ବାପଘରେ ରହୁଥିଲା । ପରେ ବାଲିଚନ୍ଦ୍ରପୁର ସରପଞ୍ଚ, କୋଲଣଗିରି ସରପଞ୍ଚ ଓ ଭଦ୍ରଲୋକଙ୍କୁ ନେଇ ଉଭୟ ପରିବାର ମଧ୍ୟରେ ଘଟଣାର ସମାଧାନ କରାଯାଇଥିଲା । ସସ୍ମିତାର ବାପା ଝିଅକୁ ଡାକ୍ତରଖାନା ନେଇ ସମସ୍ତ ପରୀକ୍ଷା କରାଇବା ପରେ ବୋହୂକୁ ଶାଶୂ ଘର ଲୋକେ ଗ୍ରହଣ କରିବେ ବୋଲି କହିଥିଲେ । ପରେ ବାପ ଓ ଝିଅ ଡାକ୍ତରଖାନା ଯାଇ ପରୀକ୍ଷା ନିରିକ୍ଷା କରାଇଥିଲେ ବି ସସ୍ମିତା ଦେହରେ କୌଣସି ରୋଗ ନଥିବା ଜଣାପଡ଼ିଥିଲା । ଡାକ୍ତରୀ ପରୀକ୍ଷା ପରେ ମଧ୍ୟ ସସ୍ମିତାକୁ ଶାଶୂଘର ଲୋକେ ଗ୍ରହଣ କରିନଥିଲେ । ଗତ ୩୧ ତାରିଖ ଦିନ ସସ୍ମିତାର ବିବାହିତା ନଣନ୍ଦ ଫୋନ ଯୋଗେ ବିଭିନ୍ନ ଗାଳି କରିବା ସହ ତତେ ଆମେ ଆଉ ଘରକୁ ଆଣିବୁ ନାହିଁ ବୋଲି କହିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଫଳରେ ନବବିବାହିତା ଜଣକ ଚାପଗ୍ରସ୍ତ ହୋଇ ବାପଘରେ ଥିବା ଫ୍ୟାନରେ ରଶି ଲଗାଇ ଦେଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବରୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ । ଏଥି ନେଇ ସସ୍ମିତାର ବାପା ବିନୋଦ ପଣ୍ଡା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିଲେ । ତଦନ୍ତ ପରେ ମୃତକର ଶାଶୂକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ସ୍ୱାମୀ ହିମାଂଶୁ ଫେରାର ଥିବା ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking