28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଅମର ହେବା ପାଇଁ ଜେଫ ବେଜୋସଙ୍କ ପ୍ରୟାସ, ବୃଦ୍ଧ ନହେବା ପାଇଁ କରୁଛନ୍ତି ରିସର୍ଚ୍ଚ

ଅମର ହେବା ପାଇଁ ଜେଫ ବେଜୋସଙ୍କ ପ୍ରୟାସ, ବୃଦ୍ଧ ନହେବା ପାଇଁ କରୁଛନ୍ତି ରିସର୍ଚ୍ଚ

ନୂଆଦିଲ୍ଲୀ : ଦୁନିଆରେ ଯିଏ ବି ଜନ୍ମ ନିଏ ତାର ମୃତ୍ୟୁ ନିଶ୍ଚିତ । କିନ୍ତୁ ଅନେକ ଲୋକ ଅଛନ୍ତି ଯିଏ କି ସାରା ଜୀବନ ଅମର ରହିବା ପାଇଁ ମଧ୍ୟ ଚାହାନ୍ତି । କିନ୍ତୁ ଏହା ସମ୍ଭବ ହୋଇନଥାଏ । ହେଲେ ବର୍ତ୍ତମାନର ବିଜ୍ଞାନ ଯୁଗରେ ସବୁ କିଛି ସମ୍ଭବ ହେଲାଣି । ଏମିତିକି ବାର୍ଦ୍ଧକ୍ୟ ନଆସିବା ପାଇଁ ଓ ମୃତ୍ୟୁ ଜଲ୍‌ଦୀ ନହେବା ପାଇଁ ଜେଫ୍ ବେଜୋସ୍ ଏକ ନୂଆ ମିଶନ ଆରମ୍ଭ କରୁଛନ୍ତି । ଆମେ ଏମିତି ମଧ୍ୟ କହିପାରିବା ଯେ ଅମର ହେବା ପାଇଁ ପ୍ରୟାସ କରୁଛନ୍ତି ଦେଶର ଧନୀ ବ୍ୟକ୍ତି । ତେବେ କେବଳ ନିଜପାଇଁ ନୁହେଁ ଏହା ସେ ପ୍ରାୟ ସମସ୍ତଙ୍କ ଆୟୁଷ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି । ସେ ବର୍ତ୍ତମାନ ଏମିତି ଏକ ମିଶନ ଆରମ୍ଭ କରିଛନ୍ତି ଯେଉଁଥିରେ ଏକ ଲ୍ୟାବ ତିଆରି କରାଯାଇଛି । ଯେଉଁଠି ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ । ବୟସ ବୃଦ୍ଧି ପାଇଁ ଏହି ଯୋଜନା କରାଯାଉଛି । ସେ ଏକ ନୂତନ କମ୍ପାନୀ ଆଲ୍ଟୋସ୍ ଲ୍ୟାବ ତିଆରି କରିଛନ୍ତି । ଯାହା କେବଳ ଲୋକଙ୍କୁ ବୁଢ଼ା ହେବାରୁ କେମିତି ରକ୍ଷା କରିବ । ଏହା ସହିତ ଜଣେ ଅମର କିପରି ରହିପାରିବ ତାହା ଉପରେ ମଧ୍ୟ ରିସର୍ଚ୍ଚ କରିବ । ଏହି ନୂତନ କମ୍ପାନୀ ପାଇଁ ସେ ଗ୍ଲାକ୍ସୋ ସ୍ମିଥକ୍ଲାଇନ୍ କମ୍ପାନୀର ସିନିୟର ସାଇଣ୍ଟିଷ୍ଟ୍ ହାଲ୍ ବାରୋନଙ୍କୁ ଆଲ୍ଟୋସ୍ ଲାବର ମୁଖ୍ୟ ଭାବେ ନିୟୋଜିତ କରିଛନ୍ତି । ତେବେ ସେ କହିଛନ୍ତି ବୟସ ବଢ଼ିବାର ମାନେ ଏହା ନୁହେଁ ଯେ ଆମେ କିପରି ଦେଖାଯାଉଛୁ କିମ୍ବା ଆମେ କିପରି କାର୍ଯ୍ୟ କରିପାରୁଛୁ । ତେବେ ବୟସ ବଢ଼ିବା ବା ଏଜିଂର ପ୍ରକ୍ରିୟା କୋଷ ଗୁଡ଼ିକ ସ୍ତରରେ ହୋଇଥାଏ । ଏହା ସେହି ଲାବୋରେଟୋରୀରେ ସ୍ପଷ୍ଟ ହୋଇଛି ଯେ ଯୁବା ଅବସ୍ଥାରେ ସ୍କିନ ସେଲ ପ୍ରାୟ ୫୦ ଥର ବିଭକ୍ତ ହୋଇଥାଏ । ଏହାପରେ ସେଲ ଡିଭିଜନ କୋଷ ବିଭାଜନ ବନ୍ଦ ହୋଇଯାଏ । କିନ୍ତୁ ଏହି କୋଷ ବିଭାଜନ ପ୍ରକ୍ରିୟା ଏକ ନବଜାତ ଶିଶୁର ଶରୀରରେ ୮୦ ରୁ ୯୦ ଥର ହୋଇଥାଏ । ପୁଣି ବୃଦ୍ଧ ବ୍ୟକ୍ତିଙ୍କ କ୍ଷେତ୍ରରେ, କୋଷଗୁଡ଼ିକର ବିଭାଜନ ମାତ୍ର ୨୦ ଥର ହୋଇଥାଏ । ଏହା ପରେ ବୟସ ବଢିବା କାରଣ ପାଇଁ ମଧ୍ୟ ଆମର ଜିନରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଥାଏ । ଆମର ଜେନେଟିକ୍ ମ୍ୟାଟେରିଆଲ ମଧ୍ୟ ସମୟ ସମୟରେ ପରିବର୍ତ୍ତନ ହୁଏ । ଏଥିରେ ଥିବା ରାସାୟନିକ କେମିକାଲ ପାଇଁ ହିଁ ଏପରି ହୋଇଥାଏ । ଯାହାକୁ ଏପିଜେନେଟିକ ଚେଙ୍ଗେସ ବା ପରିବର୍ତ୍ତନ ବୋଲି କୁହାଯାଏ । ଏହା ପୁଣି ମଣିଷର ବୟସ ବଢିବା ସହିତ ପରିବର୍ତ୍ତନ ହୋଇଥାଏ । ଆଉ ଏକ ପ୍ରକିୟା ହୋଇଥାଏ ଆମ ଡିଏନ୍‌ଏରେ । କ୍ରମାଗତ ଭାବରେ ସମାନ ଥିବା ବିଭାଗଗୁଡ଼ିକୁ ”ଟେଲୋମେରସ୍ ଆକ୍ଟ” ବୋଲି କୁହାଯାଏ । ଏହାର ଆକାର କୌଣସି ଯୋତାରେ ବନ୍ଧା ହୋଇଥିବା ଫିତାର ଆକାର ପରି । ଏଗୁଡ଼ିକ ଡିଏନ୍‌ଏର ଯୋଡ଼ାକୁ ପରସ୍ପର ସହିତ ଜଡିତ ହେବାକୁ ରୋକିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking